ପ୍ରସବତ୍ତୋର କ୍ଲାନ୍ତି

ଏହା ହେବା ଦ୍ୱାରା ମହିଳାମାନେ ଛୁଆଜନ୍ମ କରିବା ପରେ ମାନସିକ ତଥା ଶାରିରୀକ ଉଭୟ ସ୍ତରରେ ଦୁର୍ବଳ ହୋଇ ପଡନ୍ତି । ଏହା ହେବା ଦ୍ୱାରା ମା’ମାନଙ୍କ କ୍ଷେତ୍ରରେ ଏନର୍ଜିର ଅଭାବ ଦେଖାଦେଇଥାଏ, ଯାହା ସେମାନଙ୍କୁ କୌଣସି କାମ କରିବାକୁ ଦେଇନଥାଏ । ଅଳ୍ପ କାମ କଲେ ମଧ୍ୟ ସେମାନେ ଥକି ପଡନ୍ତି । ତେବେ ଏଭଳି ସମସ୍ୟା ଦେଖାଦେଲେ ଖାଲି ରେଷ୍ଟ୍‌ ନେଲେ ଏହା ସମାଧାନ ହୋଇନଥାଏ । ଏଥିପାଇଁ ଆମ ଖାଦ୍ୟରେ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ପଡିଥାଏ । ଏହି ସମୟରେ ଆମକୁ ଏଭଳି ଖାଦ୍ୟ ଖାଇବାର ଅଛି, ଯାହା ଦ୍ୱାରା ଆମର ଏନର୍ଜି ବୁଷ୍ଟ୍‌ ହେବ ।
ମୁଗ ଡାଲି- ମୁଗ ଡାଲିରେ ଅନେକ ମିନେରାଲ୍ସ ଯେପରି ଆଇରନ୍‌, ପଟାସିୟମ,କପର, ମ୍ୟାଗନେସିୟମ, ଫାଇବର, ଭିଟାମିନ୍‌ ବି୬, ଫୋଲେଟ୍‌ ଆଦି ରହିଥାଏ । ଭିଟାମିନ ବି କମ୍ଲେକ୍ସ ଆମର କ୍ରାବ୍‌କୁ ଭିଟାମିନ୍‌ରେ ପରିବର୍ତ୍ତନ କରିଥାଏ, ଯାହା କାମ କରିବାକୁ ଶକ୍ତି ଦେଇଥାଏ ।
ଆଲମଣ୍ଡ- ଆଲମଣ୍ଡରେ ହାଇ କ୍ୱାଲିଟିର ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଛି । ଏଥିରେ ପ୍ରୋଟିନ୍‌ ସହିତ ଫାଇବର୍‌ ଏବଂ ମନୋଅନସାଚ୍ୟୁରେଡେଟ୍‌ ଫ୍ୟାଟ୍‌ ଓ ଫାଇବର୍‌ ମଧ୍ୟ ରହିଛି ।
ଭଜା କଖାରୁ ମଞ୍ଜି– ଭଜା ହୋଇଥିବା କଖାରୁ ମଞ୍ଜିରେ ଅନେକ ଶକ୍ତି ଭରିରହିଥାଏ । ଏହାସହ ଏଥିରେ ମ୍ୟାଗ୍‌ନେସିୟମ୍‌ କଣ୍ଟେଟ୍‌, ହେଲ˜ି ଫ୍ୟାଟ୍‌ ଏବଂ ଫାଇବର୍‌ ଭରପୂର ମାତ୍ରାରେ ରହିଥାଏ ।
ଅମୃତଭଣ୍ଡା – ଅମୃତଭଣ୍ଡାରେ ନ୍ୟାଚୁରାଲ ସୁଗାର ଯେପରି ଫ୍ରୁକେଫାଜ୍‌, ଗ୍ଲìକୋଜ୍‌ ଭରପୂର ମାତ୍ରାରେ ରହିଛି, ଯାହା ଆମର ଏନର୍ଜୀ ବ୍ରଷ୍ଟ କରିବାରେ କାମରେ ଆସିଥାଏ । ଅମୃତ୍ତଭଣ୍ଡାରେ ଭିନ୍ନଭିନ୍ନ ଏଞ୍ଜାଇମ୍‌ ଯେପରି ପପାଇନ୍‌ ଓ ଚାଇମୋପପାଇନ୍‌ ରହିଛି ଯାହା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହାଦ୍ୱାରା ଆମ ଶରୀର ତାକୁ ମିଳୁଥିବା ପୋଷଣକୁ ଭଲଭାବେ ବ୍ୟବହାର କରିପାରେ ।
ଘିଅ- ଘିଅରେ ଓମେଗା ୩ ରହିଛି, ଯାହାର ଅଭାବ କାରଣରୁ ଫଟିଗୋ ସମସ୍ୟା ହୋଇଥାଏ । ତେଣୁ ଖାଦ୍ୟରେ ଘିଅକୁ ସାମିଲ କରନ୍ତୁ, ଯାହା ଫଳରେ ଆପଣଙ୍କ ଏନର୍ଜି ଲେବଲ ବଢିବ ।

Launching Ceremony of “AYUSHMAN BHARAT

Comments are closed.