ଟ୍ରମ୍ପଙ୍କ ଟାରିଫର ପ୍ରଭାବ ସିଧାସଳଖ ଭାବେ ଭାରତର ବଜାରରେ ଦେଖିବାକୁ ମିଳିବ ବା ମିଳିବାରେ ଲାଗିଛି ବୋଲି କହିପାରିବା । ଏହାର ଅନେକ ନକରାତ୍ମକ ପ୍ରଭାବ ରହିଛି ଯାହାକୁ ନେଇ ବର୍ତ୍ତମାନ ସମଗ୍ର ଦେଶରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଆସନ୍ତୁ ଦେଖିବା ଏହାର ପ୍ରଭାବ କାହା ଉପରେ କିପରି ରହିବ ।
ସାଧାରଣ ଜନତା
ସିଏନବିସିର ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଟାରିଫ ଲାଗିବା ପରେ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡିବ । ଭାରତରୁ ଆମେରିକାକୁ ସବୁଠାରୁ ଅଧିକ ଗହଣା, ପୋଷାକ, ମେସିନ ଓ ଔଷଧ ଭଳି ସାମଗ୍ରୀ ରପ୍ତାନୀ କରିଥାଏ । ଏହି ଟାରିଫ ଲାଗିବା ପରେ ଏହି କ୍ଷେତ୍ରରେ କାମ କରୁଥିବା ସମସ୍ତ ବ୍ୟବସାୟୀଙ୍କର କମ୍ପାନୀଗୁଡିକର ଖୁବ କ୍ଷତି ହେବ । ଏମାନଙ୍କୁ ଆମେରିକାରୁ ଅର୍ଡର ମିଳିବା ବନ୍ଦ ହୋଇଯିବ ଯାହା ସେମାନଙ୍କର ଆୟ ଉପରେ ଗଭୀର ପ୍ରଭାବ ପକାଇବ । ଯେଉଁ କାରଣରୁ ସେମାନେ ନିଜର ଉତ୍ପାଦନ କମାଇବେ । ଯାହା ଏଠାରେ କାମ କରୁଥିବା କର୍ମଚାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଅନେକ କମ୍ପାନୀରେ ଛଟେଇ ଆରମ୍ଭ ହେବ । ତେଣୁ ଏହି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କର ବର୍ତ୍ତମାନ ସମସ୍ୟା ବଢିଛି ।

ଆର୍ଥିକ ପ୍ରଭାବ
ଅନେକ ଏକ୍ସପର୍ଟଙ୍କ ମତରେ ପରୋକ୍ଷରେ ହେଉ କି ପ୍ରତ୍ୟେକ୍ଷଭାବେ ହେଉ ଏହାର ପ୍ରଭାବ ଭାରତର ଜିଡିପି ଉପରେ ପଡିବ । ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ସରକାରଙ୍କର ରପ୍ତାନୀରେ ହେଉଥିବା ଆୟ କମିବ । ତେଣୁ ଏକ୍ସପର୍ଟଙ୍କ ମତରେ ଜିଡିପି (ଗ୍ରସ ଡେମେଷ୍ଟିକ ପ୍ରଡକ୍ଟ ବା ମୋଟ ଘରୋଇ ଉତ୍ପାଦ) ଉପରେ ପ୍ରଭାବ ପଡିବ, ଏହା କମିବ । ତେଣୁ ଭାରତକୁ ଏକ ଆର୍ଥିକ ସମସ୍ୟା ଭୋଗିବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି ।
ଅର୍ନ୍ତରାଷ୍ଟ୍ରୀୟ ବ୍ୟବସାୟ
ଏହାର ସବୁଠାରୁ ବେଶି ପ୍ରଭାବ ଅର୍ନ୍ତରାଷ୍ଟ୍ରୀୟ ବ୍ୟବସାୟ ଉପରେ ପଡିବ । ତେଣୁ ବର୍ତ୍ତମାନ ଭାରତକୁ ଆମେରିକାକୁ ବାଦଦେଇ ନିଜର ଅର୍ନ୍ତରାଷ୍ଟ୍ରୀୟ ବ୍ୟବସାୟକୁ ବଢାଇବାର ଯୋଜନା କରିବାକୁ ହେବ । ଯେଉଁ ଅଧୀନରେ ବର୍ତ୍ତମାନ ଭାରତକୁ ଚୀନ, ମିଡିଲ ଇଷ୍ଟ ଓ ଆଫ୍ରିକା ବଜାର ଉପରେ ଧ୍ୟାନ ଦେବାକୁ ହେବ ବୋଲି ଏକ୍ସପର୍ଟମାନେ ମତ ଦେଉଛନ୍ତି । ରିପୋର୍ଟ ଅନୁସାରେ ଭାରତ ସାମୁଦ୍ରିକ ଖାଦ୍ୟ ପାଇଁ ରୁସ, ୟୁକେ, ୟୁରୋପ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛି । ସେହିଭଳି ବିଭିନ୍ନ କ୍ଷେତ୍ରରେ ଭାରତ ତାର ବିକଳ୍ପ ଅର୍ନ୍ତରାଷ୍ଟ୍ରୀୟ ବଜାର ଖୋଜିବା ଆମ୍ଭ କରିଛି ।

Comments are closed.