ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ହତ୍ୟା ଧମକ’ ଦେଇଥିବା ମହିଳା ଗିରଫ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଧମକପୂର୍ଣ୍ଣ କଲ୍‌ ମୁମ୍ବାଇ ପୁଲିସ ନିୟନ୍ତ୍ରଣ କକ୍ଷକୁ ମିଳିଥିଲା। ଏହି ଘଟଣାରେ ପୁଲିସ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ଗୁରୁବାର ସକାଳ ୯ଟା ୧୩ ମିନିଟ୍‌ରେ ମୁ୍ମ୍ବାଇ ସିଟି ପୁଲିସର ନିୟନ୍ତ୍ରଣ କକ୍ଷ ଜଣେ ମହିଳାଙ୍କ ଫୋନ୍‌ କଲ୍‌ ପାଇଥିଲେ। ଏଥିରେ ମହିଳାଜଣକ ନିଜର ପରିଚୟ ଗୋପନ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା ଓ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇ ରହିଛି ବୋଲି କହିଥିଲେ। ଫୋନ୍‌ କଲ୍‌ ପାଇବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାରେ, ମହିଳା ଜଣକ ଦ୍ବାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ ଅବିବାହିତ ଓ ନିଜର ଛୋଟ ଭଉଣୀର ଘର ନିକଟରେ ଏକୁଟିଆ ରହୁଛନ୍ତି। ଏହା ପୂର୍ବରୁ ସେ ଅନେକ ଥର ଅତି ମାମୁଲି ଘଟଣା ନିମନ୍ତେ ମଧ୍ୟ ପୁଲିସ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ କରିଥିବା ନଜିର ରହିଛି। ମହିଳାଙ୍କ ସାମାନ୍ୟ ମାନସିକ ବିକୃତି ରହିଛି। ତେବେ ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ପୁଲିସ୍‌ କହିଛି।

Govt

Comments are closed.