ପୂଜା ଫ୍ୟାଶନ

ଦୁର୍ଗାପୂଜା ଆସିଲେ ଗାଁଠୁ ସହର ସବୁଠାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ସମସ୍ତେ ଏହି ସମୟରେ ସଜେଇ ହୋଇ ମାଆଙ୍କ ଆରାଧନା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି । ତେବେ ଆସନ୍ତୁ କିଛି ଷ୍ଟାଇଲ ସମ୍ପର୍କରେ ଜାଣିବା ଯାହାକୁ ଆପଣ ନବରାତ୍ରୀରେ ପିନ୍ଧିପାରିବେ ।
ଲେହେଙ୍ଗା
ଲେହେଙ୍ଗା ହେଉଛି ପୂଜା ଫ୍ୟାଶନର ବେଶ୍ ଗୁରୁତ୍ବପୂର୍ଣ୍ଣ ଅଂଶ । ତେଣୁ ଏହି ସମୟରେ ନିଜ ତାଲିକାରେ ଲେହେଙ୍ଗାକୁ ସାମିଲ କରନ୍ତୁ । ଏହା ଆପଣଙ୍କୁ ଏକ ଖୁବ ଭଲ ଏଥନିକ୍ ଲୁକ ପ୍ରଦାନ କରିବ । ଲେହେଙ୍ଗା ଚୟନ କରିବା ସମୟରେ ସବୁବେଳେ ବ୍ରାଇଟ କଲର ଚୟନ କରନ୍ତୁ ଭଲ ଲୁକ ମିଳିବ ।

ଫ୍ୟୁଜନ ମ୍ୟାଜିକ
ଯଦି ଆପଣ ୱେଷ୍ଟର୍ଣ୍ଣ ସହିତ ଇଣ୍ଡିଆନ ପ୍ରିୟ ତେବେ ଏହାକୁ ମିକ୍ସ କରି ପିନ୍ଧି ପାରିବେ । ଘାଘରା ସହିତ କ୍ରପ ଟପ ସାମିଲ କରନ୍ତୁ ଖୁବ ସୁନ୍ଦର ଦେଖାଯିବ । ଏହା ଆପଣଙ୍କୁ ଏକ ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ ପ୍ରଦାନ କରିବ, ଯାହା ଖୁବ ୟୁନିକ ହୋଇଥାଏ । ଏହା ବ୍ୟତିତ ଆହୁରି ଅନେକ ପ୍ରକାର ଫ୍ୟୁଜନ ରହିଛି ଯାହାକୁ ଆପଣ କ୍ୟାରି କରିପାରିବେ । ଏହି ଡିଜାଇନରେ ଉଭୟ ପୁଅ ଓ ଝିଅଙ୍କ ପାଇଁ ଷ୍ଟାଇଲ ରହିଛି ।
ଶାଢି
ଶାଢି ସମସ୍ତଙ୍କର ଖୁବ ପ୍ରିୟ ହୋଇଥାଏ । ଯେ କୌଣସି ବି ପର୍ବ ହେଉ ଶାଢି ପିନ୍ଧିବାକୁ ସମସ୍ତେ ପ୍ରଥମେ ପସନ୍ଦ କରନ୍ତି । ଝିଅ ପିଲାଙ୍କ ପାଇଁ ପ୍ରଥମ ଅପସନରେ ଶାଢି ରହିଥାଏ । ଶାଢିରେ ଆପଣଙ୍କୁ ବିଭିନ୍ନ ପ୍ରକାର ଡିଜାଇନ୍ ଓ କଲର ମିଳିବ ଯାହା ଆପଣଙ୍କ ପାଇଁ ଏକ ୟୁନିକ୍ ଲୁକ କ୍ରିଏଟ କରିବ । ତେଣୁ ଚଳିତ ପୂଜାରେ ନିଜ କଲେକସନରେ ଶାଢି ସାମିଲ କରନ୍ତୁ ଏବଂ ଏକ ଫ୍ୟାଶନେବଲ ପୂଜା ସେଲିବ୍ରେଟ କରନ୍ତୁ ।

ଜୁଏଲାରୀ
ଯେଉଁ ବି ଆଉଟ ଫିଟ ରହିଛି ତାହାକୁ ମ୍ୟାଚ କରିବା ଭଳି ସବୁବେଳେ ଜୁଏଲାରୀ କ୍ୟାରୀ କରନ୍ତୁ । ଶାଢି ଯଦି ହେଭି ଅଛି ତେବେ ଖାଲି ଇୟର ରିଂ ପିନ୍ଧନ୍ତୁ ଖୁବ ସୁନ୍ଦର ଲୁକ ମିଳିବ । ସେହିଭଳି ଛୋଟଛୋଟ ନେକ ଲେସ୍ ଓ ମଥାମଣି ମଧ୍ୟ ପିନ୍ଧି ପାରିବେ । ଚୋକର ମଧ୍ୟ ଆପଣଙ୍କୁ ଏକ ସୁନ୍ଦର ଲୁକଦେବାରେ ସକ୍ଷମ ହୋଇଥାଏ । ସବୁବେଳେ ଡ୍ରେସକୁ ମ୍ୟାଚ କରିବା ଭଳି ଜୁଏଲାରୀ ପିନ୍ଧନ୍ତୁ, ଯାହା ଆପଣଙ୍କ ଲୁକକୁ କମ୍ପ୍ଲିଟ କରିବ ।

Launching Ceremony of “AYUSHMAN BHARAT

Comments are closed.