ପୂଜା ଘର ନିୟମ

0


ଘରେ ପୂଜା କରୁଥିବା ସମୟରେ କିଛି କଥାର ଧ୍ୟାନ ଦେଲେ ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । କେଉଁ ଦିଗରେ ମୂର୍ତ୍ତି ରଖିବେ , କେଉଁ ଦିଗକୁ ମୁହଁ କରି ପୂଜା କରିବାଫଳରେ ଫଳ ମିଳିବ, ଠାକୁରଙ୍କର ଭୋଗ ଦୀପକୁ ନେଇ ଅନେକ ନିୟମ ରହିଛି । ଆସନ୍ତୁ ସେହିଭଳି କିଛି ନିୟମ ସମ୍ପର୍କରେ ଜାଣିବା ।

– ଭଗବାନଙ୍କ ଆସନ ପ୍ରତି ପ୍ରଥମେ ଧ୍ୟାନ ଦିଅନ୍ତୁ । ପୂଜା କରିବା ସମୟରେ ଭଗବାନଙ୍କୁ ସବୁବେଳେ ଲାଲ,ହଳଦିଆ କିମ୍ବା ଗୋଲାପୀ ରଙ୍ଗର ଆସନରେ ବସାଇ ପୂଜା କରନ୍ତୁ । ଏହି ରଙ୍ଗ ଖୁସି, ପ୍ରେମ, ଶାନ୍ତି, ସୁଖ ସମୃଦ୍ଧି, ଉତ୍ସାହର ପ୍ରତୀକ ହୋଇଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
– ପୂଜାଘରର ସ୍ଥାନ ମଧ୍ୟ ଖୁବ ଧ୍ୟାନ ଦେଇଥାଏ । ସବୁବେଳେ ପୂଜା ଘର ପାଖରୁ ଶୌଚାଳୟକୁ ଦୂରରେ ରଖନ୍ତୁ । ଶୌଚାଳୟ ପାଖରେ ପୂଜା କରିବା ଭଲ ହୋଇନଥାଏ । ଉପଯୁକ୍ତ ସ୍ଥାନରେ ଠାକୁରଙ୍କୁ ପୂଜା କରିବା ଫଳରେ ଘରେ ସକରାତ୍ମକତା ବଢିଥାଏ ।
– ପୂରାଣରେ ବର୍ଣ୍ଣନା ଅନୁସାରେ ସବୁବେଳେ ପୂଜା କରିବା ସମୟରେ ପୂଜକଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଆଡକୁ ହେବା ଉଚିତ୍‌ । ଏହି ଦିଗ ଉର୍ଜା ଓ ଶକ୍ତିର ପ୍ରତିକ ହୋଇଥାଏ । ତେଣୁ ପୂଜା କରିବା ସମୟରେ ଏହୁ ଦିଗକୁ ମୁହଁ କରି ପୂଜା କରନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ ।

Govt
Leave A Reply

Your email address will not be published.