ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଯୋଜନାରେ ବାଇଡେନ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ। ତେବେ ଏ ନେଇ ବର୍ତ୍ତମାନ କେବଳ ଯୋଜନା କରିଥିଲେ ସୁ୍ଦ୍ଧା ଘୋଷଣା ପାଇଁ ସେ ପ୍ରସ୍ତୁତ ହୋଇନଥିବା ଏକ ଟେଲିଭିଜନ୍ ସାକ୍ଷାତକାରରେ ବାଇଡେନ କହିଛନ୍ତି। ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହେବା ପାଇଁ ସେ ଆଗ୍ରହୀ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଦଳ ପକ୍ଷରୁ ସେ ଏବଂ ଉପରାଷ୍ଟ୍ରପତି କମଳା ହାରିସ ଗତଥର ଭଳି ଏକାଠି ପାର୍ଥୀ ହୋଇପାରନ୍ତି। ଗତ ନଭେମ୍ବରରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍ ଆଉ ୪ ବର୍ଷ ରାଷ୍ଟ୍ରପତି ପଦରେ ବସିବାକୁ ଆଗ୍ରହ ଦେଖାଇଥିଲେ। ତେବେ ଜୁଲାଇ ମାସରେ ନିର୍ବାଚନ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ତଥାପି ଡେମୋକ୍ରାଟିକ୍ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀଙ୍କ ଦୌଡ଼ରେ ଲେଖକ ମାରିଆନେଲ ୱିଲିୟମସନ୍ ଓ ସମାଜସେବୀ ରବର୍ଟ କେନେଡି ଜୁନିଅର ମଧ୍ୟ ରହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.