ପିତା ହେବ ତ ଏମିତି

ଗତ ୧୫ ତାରିଖରେ ସାରା ବିଶ୍ୱ ଫାଦର୍ସ ଡେ’ ପାଳନ କରିଛି । ଏହି ଦିନ ସମସ୍ତେ ନିଜନିଜର ବାପାଙ୍କୁ ଶୁଭେଚ୍ଛା ଜଣାଇଥାଆନ୍ତି । ତେବେ ସବୁ ବାପା ସେମାନଙ୍କୁ ପିଲାଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଆନ୍ତି । ବାପା ସବୁବେଳେ ପରିବାରର କବଚ ହୋଇଥାଆନ୍ତି । କେବଳ ମଣିଷଙ୍କର ନୁହେଁ ପଶୁମାନଙ୍କର ମଧ୍ୟ ବାପାମାନେ ପରିବାରର ମୁଖ୍ୟ ହୋଇଥାଆନ୍ତି, ଯେଉଁମାନେ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ତେବେ ଏହି ଫାଦର୍ସଡେ ଅବସରରେ ନ୍ୟାସନାଲ ଜିଓଗ୍ରାଫୀ ଚ୍ୟାନେଲ ପକ୍ଷରୁ, “ଦି ଓ୍ୱାଲ୍‌ଡସ ମୋଷ୍ଟ ଡେଡିକେଟେଡ୍‌ ଡାଡ୍‌’ ନାମରେ ଏକ ଡକୋମେଣ୍ଟାରୀ ପ୍ରସାରିତ କରାଯାଇଛି । ଏହି ସିରିଜ୍‌ରେ ପେଙ୍ଗୁଇନ୍‌ଙ୍କୁ ସବୁଠାରୁ ଡେଡିକେଟେଡ ଡାଡ୍‌ ଭାବେ ଦର୍ଶାଯାଇଛି । ସେମାନେ ଏତେ ଥଣ୍ଡା ବରଫରେ ମଧ୍ୟ ନିଜ ଛୋଟଛୋଟ ଛୁଆଙ୍କୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ଫେଙ୍ଗୁଇନ୍‌ମାନଙ୍କର ଅଣ୍ଡାକୁ ପୁରୁଷ ପେଙ୍ଗୁଇନ ବା ବାପାମାନେ ହିଁ ସୁରକ୍ଷା ଦେଇଥାଆନ୍ତି । ସେମାନେ ଏହାକୁ ଖୁବ ସୁରକ୍ଷିତ ଭାବେ ପାଦରେ ଥୋଇ ଗରମ ରଖିଥାଆନ୍ତି । ସେହିସମୟରେ ମହିଳା ବା ମାଆ ପେଙ୍ଗୁଇନ୍‌ମାନେ ଖାଦ୍ୟ ଖୋଜିବାକୁ ଯାଇଥାଆନ୍ତି । ପାଖାପାଖି ୨ ମାସ ଧରି ସେମାନେ ଏହି ଅଣ୍ଡାଙ୍କୁ ସୁରକ୍ଷିତ ରଖିଥାଆନ୍ତି, ଏହି ସମୟରେ ସେମାନେ ଖୁବ ପରିଶ୍ରମ କରିଥାଆନ୍ତି । ସେମାନେ ଏହି ସମୟରେ ଦଳଦଳ ହୋଇ ରହିଥାଆନ୍ତି ଏବଂ ନିଜନିଜକୁ ସୁରକ୍ଷିତ ରଖିଥାଆନ୍ତି । ଏହି ସମୟରେ ସମସ୍ତେ ସମସ୍ତଙ୍କର ଧ୍ୟାନ ରଖିଥାଆନ୍ତି । ନ୍ୟାସନାଲ ଜିଓଗ୍ରାଫୀ ଚ୍ୟାନେଲର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Govt

Comments are closed.