ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍ଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା ଆଥ୍ଲେଟ୍ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜଣେ ଯୁବ ପ୍ରତିଭା ପ୍ରମୋଦ ଭାଗତ ରହିଛନ୍ତି । ସେ ଓଡ଼ିଶାର ନମ୍ବର ୱାନ୍ ପାରା-ସଟ୍ଲର ଭାବେ ପରିଚିତ । ସେ ବ୍ୟାଡମିଣ୍ଟନ ଖେଳନ୍ତି । ପାରା ଆଥ୍ଲେଟ୍ରେ ଭାଗନେଉଥିବା ପ୍ରମୋଦ ରାଜ୍ୟର ଦ୍ୱିତୀୟ ଖେଳାଳୀ । ସେ ମିକ୍ସ ଓ ଡବଲ୍ ବ୍ୟାଡମିଣ୍ଟନ ଦୁଇଟି ଖେଳରେ ଭାଗ ନେବେ । ଏହାପୂର୍ବରୁ ମାର୍କଣ୍ଡ ରେzି ପ୍ରଥମ ଓଡ଼ିଆ ଖେଳାଳି ଭାବେ ପାରା ଅଲମ୍ପିକ୍ସରେ ଭାଗ ନେଇଥିଲେ । ମାର୍କଣ୍ଡ ବେଜିଂ ପାରାଅଲମ୍ପିକ୍ସ ଗେମ୍ସ ୨୦୦୮ରେ ଟି ୪୬ ବର୍ଗର ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ ।
ପ୍ରମୋଦ ବରଗଡ଼ ଅଟାବିରାର ବାସିନ୍ଦା । ଛୋଟ ବେଳୁ ସେ ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ସେ ଅଧିକାଂଶ ସମୟ କ୍ରିକେଟ ଖେଳୁଥିଲେ । ୫ ବର୍ଷ ବୟସରୁ ତାଙ୍କ ବାମ ଗୋଡ଼ରେ ପୋଲିଓ ଚିହ୍ନଟ ହୋଇଥିଲା । କିନ୍ତୁ ସେ ଏଥିରେ ହାରି ନଯାଇ ସଂଘର୍ଷ କରିଥିଲେ । ୨୦୦୫ରେ ସେ ଜାତୀୟସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ସେ ୨୦୦୬ରେ ଏସିଆନ୍ ପାରା ଗେମ୍ସରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଏବେ ତାଙ୍କ ପାଖରେ ପ୍ରାୟ ୧୦୦ଟି ଅନ୍ତର୍ଜାତୀୟ ପଦକ ରହିଛି । ସେଥିମଧ୍ୟରୁ ବ୍ୟାଡମିଣ୍ଟରେ ସେ ୫ଟି ପଦକ ପାଇଛନ୍ତି । ୱାଲïର୍ ଚାମ୍ପିୟନସିପ୍ ୨୦୦୯ରେ ସିଏ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ଗୌରବ ବଢ଼ାଇଥିଲେ ।
Comments are closed.