ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମାନସିକ ଅବସାଦରୁ ଆତ୍ମହତ୍ୟା କରିଛନ୍ତି ବୋଲି କହିଆସୁଥିବା ଫିଲ୍ମ ନିର୍ମାତା ଏକତା କପୁର ନିକଟରେ ଜି-୫ର ସିଇଓ ଅରୁଣ କଟିଆଲ୍ଙ୍କ ସହ ମିଶି ସୁଶାନ୍ତ ଅଭିନୀତ ଟିଭି ଶୋ’ ‘ପବିତ୍ର ରିସ୍ତା’ ନାମରେ ଏକ ପାଣ୍ଠି ସୃଷ୍ଟି କରିଛନ୍ତି । ତା’ର ନାମ ‘ପବିତ୍ର ରିସ୍ତା ଫଣ୍ଡ୍’ । ଏକତା କହିଛନ୍ତି ଏହି ପାଣ୍ଠି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ବାବଦରେ ବ୍ୟୟ ହେବ ।
ଉଲ୍ଲେଖ ଯେ ସୁଶାନ୍ତ ଏକତାଙ୍କ ଟିଭି ସିରିଏଲ୍ ପବିତ୍ର ରିସ୍ତାରେ ମାନବ ଦେଶମୁଖ ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ପ୍ରିୟଭାଜନ ହୋଇଥିଲେ । ସେଥିରେ ସୁଶାନ୍ତଙ୍କ ସହ ଅଙ୍କିତା ଲୋଖଣ୍ଡେ ମଧ୍ୟ ଥିଲେ ।
ଏବେ ସୁଶାନ୍ତଙ୍କ ପ୍ରଶଂସକମାନେ ଏକତାଙ୍କ ପାଣ୍ଠି ଗଠନକୁ ନିନ୍ଦା କରି ସୋସାଲ୍ ମିଡ଼ିଆ ପ୍ଲାଟ୍ଫର୍ମରେ ଶେମ୍ ଅନ୍ ଏକତା କପୁର ହାସ୍ଟ୍ୟାଗ୍ରେ ତାଙ୍କୁ ନିନ୍ଦା କରିଚାଲିଛନ୍ତି । ଏହା ଟ୍ରେଣ୍ଡ୍ କରିବାରେ ଲାଗିଛି । ସେମାନଙ୍କ ମତରେ ଏକତା ବଲିଉଡ୍ ମାଫିଆଙ୍କ ସହ ହାତ ମିଳାଇ ସୁଶାନ୍ତ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବା ଲାଗି ଉଦ୍ୟତ । ସେଥିରେପୁଣି ସେ ସୁଶାନ୍ତ ଅପମୃତୁ୍ୟକୁ ନେଇ ବ୍ୟବସାୟ କରିବାକୁ ବସିଛନ୍ତି । କଙ୍ଗନା ରନାୱତ୍ ଏବଂ ଅନେକ ସେଲିବ୍ରିଟି ମଧ୍ୟ ଶେମ୍ ଅନ୍ ଏକତା କପୁର ହାସ୍ଟ୍ୟାଗ୍ରେ ସାମିଲ ହୋଇଛନ୍ତି ।
Comments are closed.