ନୂଆଦିଲ୍ଲୀ, ଅଗଷ୍ଟ ୨୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ତାଙ୍କ ପଦାଙ୍କ ଅନୁସରଣ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଚିଠି ମାଧ୍ୟମରେ ମୋଦି ରାଇନାଙ୍କ ଶୁଭ ମନାସିଛନ୍ତି । ଚିଠି ପାଇବାମାତ୍ରେ ରାଇନା ଏହାକୁ ଟ୍ୱିଟରରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଇନା ଲେଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେବା ଜଣେ କ୍ରୀଡ଼ାବିତ୍ଙ୍କ ପାଇଁ ସବୁଠୁ ଅମୂଲ୍ୟ ଉପହାର । ଏହା ଚିରଦିନ ପାଇଁ ମନେ ରହିବ । ଅନ୍ୟପକ୍ଷରେ ମୋଦିଜୀ ତାଙ୍କ ଚିଠିରେ ଲେଖିଛନ୍ତି ରାଇନା ତୁମ କଭରଡ୍ରାଇଭ୍ ଶଟ୍ଖୁ ଆମେ ସମସ୍ତେ ମିସ୍ କରିବୁ । ସନ୍ନ୍ୟାସର ନିଷ୍ପତ୍ତି ନିଶ୍ଚିତ ତୁମ ପାଇଁ କଷ୍ଟଦାୟକ ହୋଇଥିବ । ତୁମ ପାଇଁ ସନ୍ନ୍ୟାସ ଶବ୍ଦର ପ୍ରୟୋଗ ଠିକ୍ ନୁହେଁ । କାରଣ ତୁମେ ଏବେ ବି ଖୁବ୍ ୟଙ୍ଗ୍ ଓ ଉର୍ଜାବାନ । ଆସନ୍ତା ପିଢ଼ି ତୁମକୁ କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ନୁହେଁ, ଜଣେ ବୋଲର, ବିଚକ୍ଷଣ ଫିଲïର ଭାବେ ମନେ ରଖିବେ ।
Comments are closed.