ଭୁବନେଶ୍ୱର:ଅଗଷ୍ଟ ୧୮: ମାଲୟେସିଆ ରେ କରୋନାର ଏକ ନୂଆ ପ୍ରକାର ଭାଇରସ୍ ଦେଖାଯାଇଛି ଯାହା ସାଧାରଣ କରୋନାଭାଇରସ ଠାରୁ ୧୦ ଗୁଣ ଅଧିକ ସଂକ୍ରାମକ । ମାଲୟେସିଆ ର ଇନ୍ସଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇଏମ୍ଆର୍) ଏହାର ନାଁ ଦେଇଛି ଡି୬୧୪ଜି । ଗୋଟିଏ ରେ କ୍ଲଷ୍ଟର ରେ ଥିବା ୪୫ ଜଣ ସଂକ୍ରମିତ ଙ୍କ ମଧ୍ୟରୁ ୩ ଜଣ ଙ୍କ ଠାରେ ଏହି କରୋନାଭାଇରସ
ଦେଖାଯାଇଥିଲା । ଏହା ଜଣେ ଭାରତୀୟ ରେସ୍ତୋରାଁ ମାଲିକଙ୍କ ଠାରୁ ଆରମ୍ଭ ହୋଇଥିଲା । କ୍ୱାରାଣ୍ଟିନ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମାଲୟେସିଆ ସରକାର ତାଙ୍କୁ ୫ ମାସ ଜେଲ୍ ଓ ଜରିମାନା ଦଣ୍ଡ ଶୁଣାଇଥିଲେ ।
ଏ ଭାଇରସ୍ ମାଲୟେସିଆ ର ଶିବଗଙ୍ଗା କ୍ଲଷ୍ଟର୍ରେ ଠାବ କରାଯାଇଛି । ଏ ସମ୍ପର୍କରେ ମାଲୟେସିଆ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ନୁର୍ ହିସାମ୍ ଅବଦୁଲ୍ଲା ସମସ୍ତଙ୍କୁ ଫେସ୍ବୁକ୍ ପୋଷ୍ଟ ମାଧ୍ୟମରେ ଅବଗତ କରାଇଛନ୍ତି । ଡି୬୧୪ଜିର ମ୍ୟୁଟେସନ ପ୍ରଥମ ଥର ଜୁଲାଇ ୨୦୨୦ରେ ମିଳିଥିଲା । ଏ ଭାଇରସ୍ ଉପରେ କୌଣସି ଟିକା ପ୍ରଭାବ ପକାଇପାରିବ ନାହିଁ । ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ଭାଇରସ୍ର କୌଣସି ପ୍ରମାଣ ମିଳି ନ ଥିବା କହିଛି, ମଲେସିୟା ସ୍ୱାସ୍ଥ୍ୟ ବିଭାଗ ଏ ଭାଇରସ୍କୁ ସୁପରସ୍ପ୍ରେଡର୍ ଆଖ୍ୟା ଦେଇଛି । ଏହି ନୂଆ ଭାଇରସ୍ କରୋନାଭାଇରସ୍ର ‘ଜି’ ମ୍ୟୁଟେସନ ନାମରେ ଜଣାଶୁଣା । ଏହି ଭାଇରସ୍ ବିସ୍ପୋଟକ ଭାବେ ସଂକ୍ରମିତ ହେଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ।
ଫିଲିପିନ୍ସ ଫେରନ୍ତା ଲୋକଙ୍କ ମଧ୍ୟରେ ବି ଏହି ନୂଆ ଭାଇରସ୍ ଦେଖିବାକୁ ମିଳିଛି ।

Comments are closed.