ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହେବେ:  ଚିରାଗ ପାଶ୍ବାନ୍‌

ପାଟନା:  ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ଅଛି।  ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିହାରରେ ଏନ୍‌ଡିଏ ପକ୍ଷରୁ ପୁଣିଥରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଓ ଯଦି ନୀତୀଶଙ୍କ ପୁଅ ପ୍ରତ୍ୟକ୍ଷ ରାଜନୀତିକୁ ଆସିବାକୁ ଚାହାନ୍ତି ତେବେ ସ୍ବାଗତଯୋଗ୍ୟ ବୋଲି ଏନ୍‌ଡିଏର ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି-ରାମବିଳାସ) ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ୍‌ କହିଛନ୍ତି। ରାଜ୍ୟ ରାଜନୀତି ସମ୍ପର୍କରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଚିରାଗ କହିଛନ୍ତି, ଯଦି ନିଶାନ୍ତ (ନୀତୀଶ କୁମାରଙ୍କ ପୁଅ) ରାଜନୀତିକୁ ଆସିବାକୁ ଚାହାନ୍ତି ତେବେ ସେ ସ୍ବାଗତ କରିବେ, କିନ୍ତୁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ।  ତେଜସ୍ବୀ ଯାଦବ ପ୍ରସଙ୍ଗରେ ଚିରାଗ କହିଛନ୍ତି, ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ସେ ଦାୟିତ୍ବପୂର୍ଣ୍ଣ ଭାବେ ନିଜର ମତ ରଖିବା ଆବଶ୍ୟକ। ଯଦି ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବି‌ରୋଧରେ କୌଣସି ଷଡ଼ଯନ୍ତ୍ର ହେଉଥିବା ସମ୍ପର୍କରେ ତେଜସ୍ବୀ ନିଶ୍ଚିତ ଅଛନ୍ତି ତେବେ ନୀତୀଶ କୁମାରଙ୍କୁ ଭେଟି ତାଙ୍କ ନିକଟରେ ଥିବା ତଥ୍ୟକୁ ଜଣାଇବା ଆବଶ୍ୟକ।

Govt

Comments are closed.