ପ୍ରତ୍ୟେକ ବ୍ୟକ୍ତିଙ୍କର ଫିଙ୍ଗରପ୍ରିଣ୍ଟ ଓ ଡିଏନ୍ଏ ଭିନ୍ନଭିନ୍ନ ହୋଇଥାଏ । ହେଲେ ନିକଟରେ ଏକ ସର୍ଭେ ଅନୁସାରେ ଜଣେ ବ୍ୟକ୍ତିଙ୍କର ନିଶ୍ୱାସ ମଧ୍ୟ ଏମାନଙ୍କର ସ୍ୱତନ୍ତ୍ରତାକୁ ସୂଚାଇବ । ପ୍ରତିଟି ମଣିଷଙ୍କର ନିଶ୍ୱାସ ନେବାର ପାର୍ଟନ ଅଲଗା ଅଲଗା ହୋଇଥାଏ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ସେମାନଙ୍କର ନାକର ଗଠନ ଉପରେ ଏହି ପାର୍ଟନ ନିର୍ଭର କରିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହାକୁ ବର୍ତ୍ତମାନ ଇଣ୍ଡିଭିଜୁଆଲ୍ ଫିଙ୍ଗରପ୍ରିଣ୍ଟ ଭାବେ ବ୍ୟବହାର କରିହେବ । ସେହିଭଳି ନିଶ୍ୱାସ ପାର୍ଟନରୁ ଆମର ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ବିଭିନ୍ନ ତଥ୍ୟ ମିଳିବ ବୋଲି ସେମାନେ ମତ ଦେଇଛନ୍ତି । ଏହାକୁ ପରୀକ୍ଷା କରିବା ପାଇଁ ସେମାନେ ଏକ ହାଲୁକା ଯନ୍ତ୍ର ପ୍ରସ୍ତୁତ କରିଛନ୍ତି ଯାହାକୁ ବ୍ୟକ୍ତିଙ୍କୁ ପିନ୍ଧିବାକୁ ହେବ । ଏହି ଡିଭାଇସ୍ଟି ବ୍ୟକ୍ତିଙ୍କର ନିଶ୍ୱାସ ପାର୍ଟନକୁ ରେକର୍ଡ କରିବ । ଏହି ପରୀକ୍ଷା ଦ୍ୱାରା ଶରୀର ଅନେକ ରୋଗ ବିଷୟରେ ଶବିଶେଷ ବିବରଣୀ ମିଳିପାରିବ, ଯାହା ପୂର୍ବରୁ ହେଉଥିବା ପରୀକ୍ଷାରେ ମିଳିନଥାଏ । ଏହି ପରୀକ୍ଷା ପାଇଁ ସେମାନେ ୧୦୦ ଜଣ ସୁସ୍ଥ ସାବାଳକଙ୍କୁ ଏହି ଡିଭାଇସ୍ଟି ପିନ୍ଧାଇଥିଲେ । ଯେଉଁଥିରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ପରୀକ୍ଷା ମଧ୍ୟ କରିଥିବା ସୂଚନା ମିଳିଛି । ଏହି ପାର୍ଟନରୁ ଜଣେ ମଣିଷର ବଡି ମାସ ଇଣ୍ଡେକ୍ସ, ସ୍ଲିପ୍ ସାଇକେଲ, ଡିପ୍ରେସନ୍, ଆଙ୍ଗଜାଇଟି ଆଦି ସମ୍ବନ୍ଧରେ ମଧ୍ୟ ତଥ୍ୟ ଦେଇଥାଏ । ଏ ସମସ୍ତ ତଥ୍ୟକୁ ବ୍ୟବହାର କରି ବିଭିନ୍ନ ରୋଗ ସମ୍ବନ୍ଧରେ ଅନୁସନ୍ଧାନ କରିହେବ ।

Comments are closed.