ଭୁବନେଶ୍ୱର : ନିଶା ଛଡ଼ାଇବା ନାଁରେ ଅକଥନୀୟ ନିର୍ଯ୍ୟାତନା । ବର୍ବରତାର ଟପିଯାଉଥିଲା ସୀମା Iମଣିଷଙ୍କୁ ପଶୁଠୁ ହୀନ ବ୍ୟବହାର କରାଯାଉଥିଲା । ନିର୍ଘାତ ମାଡ଼ରେ ଯାଇଛି ଜଣେ ଅନ୍ତେବାସୀଙ୍କ ଜୀବନ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଧଉଳି ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ । ମୃତକ ହେଲେ ବଡ଼ଗଡ଼ ଝରଣା ସାହିର କାଳୁ ନାୟକ।
ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଧଉଳି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ସିସିଟିଭି ଫୁଟେଜ ଜବତ କରିବା ସହ ମାଲିକଙ୍କୁ ପଚରାଉଚରା କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତ ୩ମାସ ହେଲା କାଳୁଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡାଯାଇଥିଲା ।

Comments are closed.