ନିର୍ବାଚନ ଦୌଡ଼ରୁ ଓହରିବେନି ବାଇଡେନ୍‌

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ନିର୍ବାଚନ ଲଢ଼ିବେ। ଏକଥା ନିଜେ ବାଇଡେନ ଆଜି ସ୍ପଷ୍ଟ କରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଚାପ ପକାଉଥିଲେ। ବାଇଡେନ ଏଥିରେ ଭୀଷଣ କ୍ଷୁବ୍ଧ ଅଛନ୍ତି ଏବଂ ବିରକ୍ତି ପ୍ରକାଶ କରିଛନ୍ତି। ନିର୍ବାଚନ ଦୌଡ଼ରୁ ଓହରିଯିବାପାଇଁ ପ୍ରମୁଖ ଡେମୋକ୍ରାଟ ନେତାମାନଙ୍କ ଚାପ ପ୍ରତି କର୍ଣ୍ଣପାତ କରିନାହାନ୍ତି। ଦଳୀୟ ନେତା ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ବାଇଡେନ କହିଛନ୍ତି ଯେ ନିର୍ବାଚନ ଲଢ଼ିବାପାଇଁ ସେ ପ୍ରତିଶ୍ରୁତିବଦ୍ଧ ଏବଂ ସେ ପ୍ରଚାର ଜାରି ରଖିବେ। ସୂଚନାଯୋଗ୍ୟ, ଓବାମା ଏବଂ ପୂର୍ବତନ ବାଚସ୍ପତି ନାନ୍‌ସି ପେଲୋସିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ବାଇଡେନ ନିର୍ବାଚନରୁ ଓହରିଯିବା ଚାହିଛନ୍ତି। ବାଇଡେନଙ୍କ ପରିବାର ସଦସ୍ୟ ମଧ୍ୟ ଏନେଇ ବିଚାରବିମର୍ଶ କରିଥିଲେ। କିନ୍ତୁ ଟ୍ରମ୍ପ୍‌ଙ୍କୁ ହରାଇବାପାଇଁ ବାଇଡେନ ଦୃଢ଼ ଲକ୍ଷ୍ୟ ରଖିଥିବା ଘୋଷଣା କରି ଦଳର ଅଡ଼ୁଆ ବଢ଼ାଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବାରୁ ବାଇଡେନ ଏବେ କ୍ବାରେଣ୍ଟିନ୍‌ରେ ଅଛନ୍ତି। ସୁସ୍ଥ ହେବାପରେ ବାଇଡେନ୍‌ ପୁଣିଥରେ ପ୍ରଚାର ଆରମ୍ଭ କରିବେ।

Govt

Comments are closed.