ଖରାଦିନେ ଅନେକ ସମୟରେ ଦେଖିବାକୁମିଳେ ରାତିରେ ନିଦ ହୋଇ ନଥାଏ । ରାତିରେ ନିଦ ନ ହେବାରୁ ସାରା ଦିନ ଆମକୁ ଅଳସୁଆ ଲାଗିଥାଏ, ଯାହା ଆମର କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ ସମ୍ପର୍କରେ ।
ଅଧିକ ତାପମାତ୍ରା
ଭଲ ନିଦ ପାଇଁ ୧୫ଡିଗ୍ରୀ ରୁ ୧୯ ଡିଗ୍ରୀ ସେଲ୍ସିୟସ ହୋଇଥାଏ । ହେଲେ ଖରାଦିନେ ରାତିର ତାପମାତ୍ରା ଏହି ରେଞ୍ଜ ଠାରୁ ଖୁବ ଅଧିକ ରହିଥାଏ । ଯାହାଫଳରେ ଆମ ଶରୀର ଥଣ୍ଡା ହେବା ପାଇଁ ସମୟ ନେଇଥାଏ ଏବଂ ଆମକୁ ନିଦ ହୋଇ ନଥାଏ ।
ଅଧିକ ସମୟ ଦିନ ରହିବା
ଖରାଦିନେ ସନ୍ଧ୍ୟା ହେଲା ବେଳକୁ ୬.୩୦ ପରେ ହୋଇଥାଏ । ଯେଉଁ କାରଣରୁ ଆମ ଶରୀରରେ ମେଲାଟୋନିନର କ୍ଷରଣ ଉପରେ ପ୍ରଭାବ ପଡିଥାଏ । ମେଲାଟୋନିନ୍ ଆମର ନିଦ ଆସିବାରେ ସାହାଯ୍ୟ କରିଥାଏ । ତେଣୁ ଅଧିକ ସମୟ ଦିନ ରହିଲେ ନିଦ ନହେବାର ସମସ୍ୟା ଦେଖିବାକୁ ମିଳିବ ।
ରାତିରେ ଝାଳ ବାହାରିବା
ରାତିରେ ଗୁଳଗୁଳି କାରଣରୁ ଅଧିକ ପରିମାଣରେ ଝାଳ ବାହାରିଥାଏ । ଏହି ଝାଳ ଆମ ନିଦ୍ରାହୀନତାର ସମସ୍ୟାକୁ ବଢାଇଥାଏ । ଏହି ଝଆଳ କାରଣରୁ ରାତିରେ ବାରମ୍ବାର ନିଦ ଭାଙ୍ଗିଥାଏ । କେତେକ ସ୍ଥାନରେ ଏସିକୁ ମଧ୍ୟ ଏହାର କାରଣ ସୂଚାଇ ଥାଆନ୍ତି । ଦିନ ସାରା ଏସିରେ ରହିବା ପରେ ଆମର ରାତ୍ରିରେ ନିଦ୍ରା ହିନତା ସମସ୍ୟା ଦେଖିବାକୁ ମିଳିଥାଏ ।

Comments are closed.