ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ଥଗିତ ରହିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟିମସ-୧ ମିଶନ I ସୋମବାର ଦିନ ମାନବ ବିହୀନ ସ୍ପେସ ଲଞ୍ଚ ସିଷ୍ଟମ ରକେଟ ଏସଏଲଏସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉତ୍କ୍ଷେପଣ ହେବାର ୪୦ ମିନିଟ ପୂର୍ବରୁ ଏହାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଉତ୍କ୍ଷେପଣର କିଛି ସମୟ ପୂର୍ବରୁ ରକେଟ ଇଞ୍ଜିନର ଫୁଏଲ ଲିକ୍ ଓ କ୍ରାକ ଦେଖାଯିବାରୁ ଉତ୍କ୍ଷେପଣ ସ୍ଥଗିତ ରଖାଯାଇଛି। ଏହା ପରେ ପରେ କାଉଣ୍ଟଡାଉନକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା I ସେପ୍ଟେମ୍ବର ୨ ତାରିଖକୁ ପରବର୍ତ୍ତୀ ଉତ୍କ୍ଷେପଣ ପାଇଁ ଧାର୍ଯ୍ୟ କରାଯାଇଛି।
Safety is always first. Following today's #Artemis I launch attempt, @NASAArtemis teams are working through an issue with engine number 3, and expect to give a news briefing later today. Stay tuned for broadcast details. https://t.co/z1RgZwQkWS pic.twitter.com/BxpIOGyId9
— NASA (@NASA) August 29, 2022
ଚନ୍ଦ୍ରକୁ ମଣିଷ ଯାନ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍କ୍ଷେପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ମଣିଷ ବଦଳରେ ୩ଟି ମାନେକୁଇନ ବା ପିତୁଳା ପଠାଯିବାର ଥିଲା। ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ପ୍ରଥମ ମୁନ ରକେଟ ଉଡ଼ାଣ ଭରିଥାନ୍ତା। ଆର୍ଟିମସ-୧ ମିଶନ ମାଧ୍ୟମରେ ଓରିଅନ କ୍ୟାପସୁଲକୁ ଉତ୍କ୍ଷେପଣ କରିବାକୁ ଲକ୍ଷ୍ୟ ରହିଥିଲା। ପ୍ରାୟ ଶହେ ମିଟର ଲମ୍ବ ଏସଏଲଏସ ପୃଥିବୀ ଠାରୁ ବହୁ ଦୂରରେ ଓରିଅନକୁ ନିକ୍ଷେପ କରିବ। ରକେଟରେ ରହିଛି ୭ଲକ୍ଷ ଗ୍ୟାଲନରୁ ଅଧିକ କ୍ରାୟୋଜୋନିକ ଇନ୍ଧନ। ଓରିଅନ ଚନ୍ଦ୍ରର ଚାରିପାଖରେ ଘୁରି ଅନୁଧ୍ୟାନ କରିବ। ୨୦୨୪ରେ ଆର୍ଟିମସ ମିସନ-୨ ଓ ୨୦୨୫ରେ ହେବ ନାସାର ଆର୍ଟିମସ ମିସନ-୩ ଅନୁଷ୍ଠିତ ହେବ I
NOW: NASA Administrator @SenBillNelson speaks about today's #Artemis I launch attempt. https://t.co/l65YUBc4KI
— NASA (@NASA) August 29, 2022
Comments are closed.