ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ ଏହି ସମୟରେ ସମସ୍ତ ନାରୀମାନେ ସଜ ହୋଇ ମାଆଙ୍କୁ ଦର୍ଶନ କରିବା ସହିତ ଦାଣ୍ଡିଆର ମଜା ନେଇଥାଆନ୍ତି । ତେବେ ଏହି ସମୟରେ କିଛି ଉପାୟ ଆପଣାଇ ନିଜ ତ୍ୱଚାର ଯନି ନେଲେ ପୂରା ଫେଷ୍ଟିଭ ସିଜିନରେ ଆପଣ ଗ୍ଲୋ କରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରିକ ସମ୍ପର୍କରେ
କ୍ଲିଜିଂ
ପ୍ରଥମେ ମୁହଁକୁ ସଫା କରିବାକୁ ହୋଇଥାଏ । ଏହି ସମୟରେ ସବୁବେଳେ ବାହାରକୁ ଯିବାକୁ ପଡିଥାଏ ତେଣୁ ମୁହଁରେ ଧୂଳି ମଳି ଯମା ହେବାର ଆଶଙ୍କା ଅଧିକ ଥାଏ । ତେଣୁ ପ୍ରଥମେ ଆଗ ମୁହଁକୁ ଭଲ କରି ସଫା କରିବାକୁ ହୋଇଥାଏ । ଏଥିପାଇଁ ଆପଣ ଘରେ କିଛି ପ୍ୟାକ ପ୍ରସ୍ତୁତ କରି ମୁହଁକୁ ଭଲ କରି ସଫା କରିପାରିବେ କିମ୍ବା ଆପଣ ଫେସ୍ଓ୍ୱାସକୁ ମଧ୍ୟ ବ୍ୟବହାର କରିପାରିବେ ।
ଟୋନିଂ
ମୁହଁକୁ ସଫା କରିବାପରେ ମୁହଁକୁ ବାଲାନ୍ସ କରିବାପାଇଁ ଟୋନିଂର ଆବଶ୍ୟକତା ରହିଥାଏ । ଏଥିପାଇଁ ଗୋଲାପଜଳ କିମ୍ବା କୌଣସି ଭଲ ଟୋନର ବ୍ୟବହାର କରିପାରିବେ । ଏଦାଦ୍ୱାରା ମୁହଁ ଏକ ପ୍ରକାର ଗ୍ଲୋ ଆସିଥାଏ । ମୁହଁରେ ମେକଅପ ଲଗାଇବା ଆଗରୁ ଏହା ଖୁବ ଦରକାରୀ ଷ୍ଟେପ ହୋଇଥାଏ ।
ମଶ୍ଚରାଇଜିଂ
ସ୍କିନ୍କୁ ଟୋନିଂ କରିବାପରେ ଏକ ଭଲ ମଶ୍ଚରାଇଜର ଲଗାନ୍ତୁ । ଏହା ଖୁବ ଆବଶ୍ୟକ ହୋଇଥାଏ । ସ୍କିନ୍କୁ ହାଇଡ୍ରେଟ ରଖିବା ପାଇଁ ଏହା ଅବଶ୍ୟକ ହୋଇଥାଏ । ମେକଅପ ପୂର୍ବରୁ ଏହା ଲଗାଇବା ଫଳରେ ମୁହଁ ଶୁଖି ନଥାଏ ଏବଂ ମେକଅପ ବାହାର କରିବା ପରେ ମୁହଁ ଶୁଷ୍କ ଲାଗିନଥାଏ ।
ସନ୍ସ୍କ୍ରିନ
ତେବେ ସବୁଠାରୁ ଦରକାରୀ ହେଲା ସନ୍ସ୍କ୍ରିନ ଏହା ଲଗାଇବାକୁ ଯମାରୁ ଭୁଲନ୍ତୁ ନାହିଁ । ମଶ୍ଚରାଇଜର ପରେ ସନ୍ସ୍କ୍ରିନ ଲଗାଇ ତାପରେ ନିଜର ମେକଅପ ଆରମ୍ଭ କରନ୍ତୁ । ଏହା ଆମ ତ୍ୱଚାପାଇଁ ଖୁବ ଦରକାରୀ ହୋଇଥାଏ ।

Comments are closed.