ଦାରୁମା କଣ୍ଢେଇ

0

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଯାତ୍ରା ସମୟରେ ତାଙ୍କୁ ଦାରୁମା ଜୀ ମନ୍ଦିରର ମୁଖ୍ୟ ପୁଜାରୀ ଏକ କଣ୍ଢେଇ ଉପହାର ଭାବେ ଦେଇଥିଲେ । ଏହି କଣ୍ଢେଇଟି ଜାପାନ ସଂସ୍କୃତିର ଏକ ମୁଖ୍ୟ ଅଂଶ । ଏହାକୁ ଦାରୁମା କଣ୍ଢେଇ ନାମରେ ସମସ୍ତେ ଜାଣିଥାଆନ୍ତି । ଏହି କଣ୍ଢେଇଟି ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାଏ ବୋଲି ବିଶ୍ୱାସ ରହିଛି । ଏହାକୁ କାଗଜରୁ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପଞ୍ଚମ ଶତାବ୍ଦୀରେ ଜୈନ ବୌଦ୍ଧ ଧର୍ମର ସଂସ୍ଥାପକ ବୋଧିଧର୍ମର ଆଧାରରେ ପ୍ରସ୍ତୁତ କରାଯାଇଥିଲା । ଏହାକୁ ସେଠାରେ ଦୃଢତା ଓ ସୌଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ । ଏଠାରେ ନିଜର ଲକ୍ଷ ପୂରଣ କରିବାକୁ କଣ୍ଢେଇ ସହିତ ଏକ ପାରମ୍ପରିକ ନୀତି କରାଯାଇଥାଏ । ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ଲକ୍ଷ ନିର୍ଦ୍ଧାରିତ କରିବାକୁ ଚାହାଁନ୍ତି ତେବେ ସେ ଏହି କଣ୍ଢେଇର ଗୋଟିଏ ଆଖିକୁ ରଙ୍ଗ କରିଥାଆନ୍ତି । ଏହାପରେ ଯଦି ତାଙ୍କ ମାନସିକ ପୂରଣ ହୋଇଥାଏ ତେବେ ଏହାର ଅନ୍ୟ ଆଖିକୁ ବି ରଙ୍ଗ କରନ୍ତି । ଏହାକୁ ସେଠିକାର ଜୀବନରେ କେବେ ହାର ନମାନିବାର ପ୍ରତୀକ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ । ବିଶ୍ୱାସ ଅନୁସାରେ ଏହାର ନାମ କାଞ୍ଚିପୁରମର ଭାରତୀୟ ବୋଧିଧର୍ମର ଭିକ୍ଷୁ ଦାରୁମା ଦାଶଇଙ୍କ ନାମରେ ରଖାଯାଇଛି । ସେ ଜଣେ ବିଶିଷ୍ଟ ତପସ୍ୱୀଥିଲେ, ଯିଏ ବୌଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଥିଲେ । କୁହାଯାଏ ସେ ତାଙ୍କର ଯାତ୍ରା ଭାରତରୁ ଆରମ୍ଭ କରିଥିଲେ ।

Govt
Leave A Reply

Your email address will not be published.