ଶରୀରରେ ଟାଟୁ ହେଉଥିବା କଥା ସମସ୍ତେ ଜାଣିଥିବେ ହେଲେ ଦାନ୍ତରେ ଟାଟୁ କରିବା କଥା କେହି କେବେ ଭାବିବେ ନାହିଁ । କିନ୍ତୁ ଚୀନରେ ଦେଖିବାକୁ ମିଳିଛି ଏଭଳି ସ୍ୱତନ୍ତ୍ର ଘଟଣା । ଏଠିକାର ଯୁବପିଢିମାନେ ଦାନ୍ତରେ ଟାଟୁ କରୁଥିବାର ଘଟଣା ସାମନାକୁ ଆସିଛି । ଚୀନର ଯୁବକ ଯୁବତୀମାନେ ଦାନ୍ତରେ ବିଭିନ୍ନ ଟାଟୁ ଆଙ୍କୁଥିବା ଦେଖିବାକୁ ମିଳୁଛି । ଏହାକୁ ଟୁଥ୍ ଟାଟୁ କୁହାଯାଉଥିବାବେଳେ ଏହା ଏକ ନୂଆ ଟ୍ରେଣ୍ଡ୍ ପାଲଟିଛି । ତେବେ ଏହି ପ୍ରକ୍ରିୟାରେ ସିଧା ଦାନ୍ତରେ ଟାଟୁ ପ୍ରସ୍ତୁତ କରାଯାଇନଥାଏ । ଏହି ପ୍ରକ୍ରିୟାରେ ଦାନ୍ତ ଉପରେ ଏକ କଭର ଦିଆଯାଇଥାଏ ଯେଉଁଥିରେ ଥ୍ରିଡି ପେଣ୍ଟିଂ ଜରିଆରେ ଟାଟୁ କରାଯାଇଥାଏ । ଏହା ଏକ ନୂଆ ପ୍ରକ୍ରିୟା ହୋଇଥିବାରୁ ଏହାକୁ ଯୁବକମାନେ ଆପଣାଇବାରେ ଲାଗିଛନ୍ତି । ଏହା ସେମାନଙ୍କୁ ଖୁବ ଷ୍ଟାଇଲିସ ଲାଗୁଥିବା ଅନେକ ମତ ଦେଇଛନ୍ତି । ଏହି ଟାଟୁରେ ବିଭିନ୍ନ ଲୋକଙ୍କର ଫଟୋ, ନାଁ ଆଦି ଲେଖାଯାଉଛି । ଏହା ଟ୍ରେଣ୍ଡରେ ଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ଅନୁସାରେ ଏହା ଅନୁଚିତ ବୋଲି ଡାକ୍ତରମାନେ ମତ ଦେଉଛନ୍ତି । ଦାନ୍ତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ସେମାନେ ମତ ଦେଇଛନ୍ତି ।

Comments are closed.