ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ସୂଚନା ଦେଇଛି I ତେବେ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ I ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀ କୁ ଦେଖି ମେ ଦ୍ୱିତୀୟ ସପ୍ତାହ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା । ଓ୍ଵିଣ୍ଡିର ଇରୋପିଆନ୍‌ ECMWF ଓ ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ନେଇ ଦର୍ଶାଉଛି । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ଦର୍ଶାଉଛି । କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଟ୍ରାକ୍‌ ସ୍ପଷ୍ଟ ହେଉନି ।

ଏହା ସହ ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ହେବା ନେଇ ଅନ୍ୟ ମଡେଲ ଆକଳନ କରୁଛନ୍ତି । ଅନ୍ୟ ମଡେଲ ଉପରେ ନଜର ରଖାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜିଠୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ ।

ସେପଟେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ସୂଚନା ଦେଇନି ଭାରତୀୟ ପାଣିପାଗ ବିଭାଗ । ଆଇଏମ୍‌ଡି ଅନୁମାନ କରିଛି, ମେ’ ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ମେ ୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଅବପାତର ରୂପ ନେଇପାରେ। ତେବେ ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ କ୍ଷେତ୍ରର ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Govt

Comments are closed.