ଦକ୍ଷିଣ କୋରିଆର ଲିମ୍‌ କଲେ ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମ ବିଶ୍ବ ରେକର୍ଡ

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ତୀରନ୍ଦାଜି ପ୍ରତିଯୋଗିତାରେ ପ୍ରଥମରୁ ବିଶ୍ବ ରେକର୍ଡ ପ୍ରତିଷ୍ଠା ହୋଇଛି। ଦକ୍ଷିଣ କୋରିଆର ମହିଳା ତୀରନ୍ଦାଜ ଲିମ୍‌ ସିହିଅନ୍‌ ମହିଳା ବ୍ୟକ୍ତିଗତ ମାନ୍ୟତା ରାଉଣ୍ଡ୍‌ ଇଭେଣ୍ଟରେ ୬୯୪ ପଏଣ୍ଟ ସହ ଏହି ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଏହା ମଧ୍ୟରେ ୪୯ ଟେନ୍ସ ଓ ୨୧ଟି ବୁଲ୍ସ ଆଇ ସ୍କୋର୍‌ ସାମିଲ ଥିଲା। ଏଥ ସହ ୨୧ ବର୍ଷୀୟା ଲିମ୍‌ ନିଜ ଦେଶର କଙ୍ଗ୍‌ ଚାଏଙ୍ଗଙ୍କ ନାମରେ ୫ ବର୍ଷ ଧରି ଥିବା ବିଶ୍ବ ରେକର୍ଡକୁ ପଛରେ ପକାଇ ଦେଇଥିଲେ। କଙ୍ଗ୍ ୨୦୧୯ ମସିହା ଜୁନ୍‌ ୧୦ ତାରିଖରେ ୬୯୨ ସ୍କୋର୍‌ କରି ବିଶ୍ବ ରେକର୍ଡ କରିଥିଲେ। ବିଶ୍ବ ମାନ୍ୟତାରେ ଲିମ୍ ଏବେ ଆମେରିକାର କାସି କଗ୍‌ହୋଲ୍ଡଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏବେ ବିଶ୍ବ ରେକର୍ଡକୁ ନିଜ ନାମରେ କରିଥିବାରୁ ଲିମ୍‌ ପ୍ୟାରିସ୍‌ରେ ସ୍ବର୍ଣ୍ଣ ପଦକ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି।

Govt

Comments are closed.