ତ୍ୱଚା ପାଇଁ ଉପକାରୀ ଚାଉଳ ଅଟା

ଆମ ଶରୀରର ସ୍କିନ୍‌ ହେଉଛି ସବୁଠାରୁ ସୁକ୍ଷ୍ମ ଅଂଶ, ତେଣୁ ଏହାର ଯନି ଖୁବ ଭଲଭାବେ ନେବାର ଆବଶ୍ୟକତା ରହିଛି । ଏହା ଉପରେ ପ୍ରଦୂଷଣ, ଖରାପ ଜୀବନଶୈଳୀ, ଖାଦ୍ୟପେୟ ଆଦିର ପ୍ରଭାବ ଖୁବ ଅଧିକ ଦେଖିବାକୁ ମିଳିଥାଏ । ସେହିଭଳି ସବୁବେଳେ କେମିକାଲ ଯୁକ୍ତ ପ୍ରସାଧାନ ସାମଗ୍ରୀ ବ୍ୟବହାର ମଧ୍ୟ ଏହା ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ କିଛି ସମୟରେ ଆମକୁ ଘରେ ପ୍ରାକୃତିକ ଘରୋଇ ସାମଗ୍ରୀକୁ କିଛିକିଛି ପ୍ୟାକ ପ୍ରସ୍ତୁତ କରି ମୁହଁ ଓ ଅନ୍ୟସ୍ଥାନର ତ୍ୱଚାର ଯନି ନେବା ଦରକାର । ଅନେକ ସମୟରେ ମୁହଁରେ ଶୁଷ୍କତା, ରେଡ୍‌ନେସ, କଳାଦାଗ, ବ୍ରଣ ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସବୁ ସମସ୍ୟାକୁ ପ୍ରାକୃତିକ ଉପାୟରେ ଦୂରେଇବା ପାଇଁ ଘରେ ମିଳୁଥିବା ସାମଗ୍ରୀରେ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍‌କୁ ପ୍ରସ୍ତୁତ କରିବା ପାଇଁ ଚାଉଳର ଅଟା ବ୍ୟବହାର କରନ୍ତୁ । ଏହାର ପେଷ୍ଟ ମୁହଁ ଓ ହାତ ଗୋଡରେ ଲଗାଇଲେ ଅନେକ ଲାଭ ମିଳିଥାଏ ବୋଲି ଏକ୍ସପର୍ଟମାନେ ମତ ଦେଉଛନ୍ତି । ଏହା ଆମ ତ୍ୱଚାକୁ ପୋଷଣ ଯୋଗାଇଥାଏ । ଏଥିରେ ଭିଟାମିନ ବି, ଆଲାନେସନ, ଫେରୁଲିକ୍‌ ଏସିଡ, ଆଣ୍ଟି ଅକ୍ତିଡାଣ୍ଟ ଆଦି ରହିଛି ଯାହା ଆମର ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ । ଏହାକୁ ଫେସ ପ୍ୟାକ୍‌, ସ୍କ୍ରବ ଭଳି ବ୍ୟବହାର କରିପାରିବେ । ଏହା ଆମ ତ୍ୱଚାକୁ ଉଜ୍ୱଳ କରିବାରେ ସହାୟକ ହୋଇଥାଏ । ତେବେ ଏହା ଉପକାରିତା ଥିଲେ ମଧ୍ୟ ଏହାକୁ ବ୍ୟବହାରରେ ସତର୍କତା ଅବଲମ୍ବନ କରନ୍ତୁ । ଏହାର ଅଧିକ ବ୍ୟବହାର ଆମ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣଙ୍କ ସ୍କିନ୍‌ ଅଧିକ ଶୁଷ୍କ ତେବେ ଏହାକୁ କମ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର ପୂର୍ବରୁ କୌଣସି ଭଲ ସ୍କିନ୍‌ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ, ଲାଭ ଦାୟକ ହେବ ।

Launching Ceremony of “AYUSHMAN BHARAT

Comments are closed.