ପ୍ରତ୍ୟେକ ଦିନ ଶୁଣୁଥିବା ଧ୍ୱନିର ସକରାତ୍ମକ ଓ ନକରାତ୍ମକ ଦୁଇଟି ଭାବ ରହିଛି । ବାସ୍ତୁ ଅନୁସାରେ, ଆମେ ଶୁଣୁଥିବା ମଧୁର ଧ୍ୱନି ମନରେ ସକରାତ୍ମକ ଭାବ ଜାଗ୍ରତ କଲା ବେଳେ କଟୁ ଧ୍ୱନି ନକରାତ୍ମକ ଭାବ ବୃଦ୍ଧି କରେ । ସେହି ଅନୁସାରେ, ମଧୁର ଧ୍ୱନିର ଦିଗ ଓ ସ୍ଥାନ ସଠିକ୍ ରହିଲେ, ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ମନ ଭଲ ରହେ । ପ୍ରତ୍ୟେକ ଦିନ ଶୁଣୁଥିବା ଧ୍ୱନି “ଡୋର୍ ବୋଲ୍’ର ସ୍ଥାନ ଓ ଦିଗ ସମ୍ପର୍କରେ ଆଜିର ବାସ୍ତୁ ।
– ଯଦି ଆପଣ ଘରେ ମନ୍ତ୍ର ଉଚ୍ଚାରଣ ହେଉଥିବା ଡୋର୍ ବେଲ୍ ଲଗାଇବାକୁ ଚାହୁୁଁଛନ୍ତି, ତେବେ ଦକ୍ଷିଣ-ପୂର୍ବ ଦିଗରେ ଥିବା କାନ୍ଥରେ ଲଗାନ୍ତୁ ।
– ପକ୍ଷୀଙ୍କ ମଧୁର ଧ୍ୱନି ଥିବା ଡୋର୍ ବେଲ୍ ରଖିବାକୁ ଚାହୁଁଥିଲେ, ଉତ୍ତର-ପଶ୍ଚିମ ଦିଗରେ ଥିବା କାନ୍ଥରେ ଲଗାନ୍ତୁ । ପକ୍ଷୀଙ୍କ କୁଳୁକୁଳୁ ମଧୁର ରାବ ଘର ଏହି ଦିଗରୁ ଆସିଲେ, ଘରେ ବାୟୁର ସଂଚାର ହୁଏ ଏବଂ ସକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁରେ ରହିଛି ।
– ପୂଜା ଘର ନିକଟରେ କେବେ ବି ଡୋର୍ ବୋଲ୍ ଲଗାନ୍ତୁ ନାହିଁ । ପୂଜା ସମୟରେ ବେଲ୍ ବାଜିଲେ, ପୂଜା ଓ ଧ୍ୟାନ ଭଙ୍ଗ ହୋଇଥାଏ, ଯାହା ମନରେ ଅଶାନ୍ତି ସୃଷ୍ଟି କରିବା ସହିତ ଘରେ ଅଶାନ୍ତି ବୃଦ୍ଧି କରେ ।
– ଘର ମୁଖ୍ୟ କବାଟର ବାମ ପଟରେ ସର୍ବଦା ଡୋର୍ ବେଲ୍ ଲଗାନ୍ତୁ । ଯେପରି ଘରକୁ ଆସୁଥିବା ବ୍ୟକ୍ତି ଜଣକ ଡାହାଣ ହାତରେ ବେଲ୍ ବଜାଇବେ । ଏହିପରି କଲେ ଘରେ ବାହାର ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ।

Comments are closed.