ଡାକ୍ତରଙ୍କ ସାମୁହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର

କୋଲକାତା : କୋଲକାତାର ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ପଶ୍ଚିମବଙ୍ଗ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି । ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ବେଙ୍ଗଲ ସରକାର କହିଛନ୍ତି। ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଥିଲେ।ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କୁ ସାମୂହିକ ଇସ୍ତଫା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ସେମାନଙ୍କ ଇସ୍ତଫାକୁ କଲେଜ ଅଫ ମେଡିସିନ ଓ ସାଗର ଦତ୍ତ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଏମଇଆର)ର ଡାକ୍ତରମାନେ ସମର୍ଥନ କରିଛନ୍ତି। ଏହି ସବୁ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଇସ୍ତଫା ଦେବେ।

Govt

Comments are closed.