ସାମଗ୍ରୀ – ଚିକେନ, କଟା ପିଆଜ, ଡାଏଟ୍ କୋକ, ଟମାଟୋ ରସ, ଭିନେଗାର, ଚିକେନ୍ ଷ୍ଟକ, କ୍ୟାପସିକମ୍, ରସୁଣ, ମିକ୍ସ ହର୍ବ, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର କଟା ।
ପ୍ରଣାଳୀ – ପ୍ରଥମେ ଚିକେନ୍କୁ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ନିଅନ୍ତୁ । ପ୍ରଥମେ ଏହାକୁ ପ୍ୟାନ୍ରେ ଅଳ୍ପ ସମୟ ଭାଜି ନିଅନ୍ତୁ । ଏହାପରେ ଏଥିରେ ତେଲ ପକାଇ ଏଥିରେ କଟା ପିଆଜ, ରସୁଣ ଓ କ୍ୟାପସିକମକୁ ପକାଇ ଭାଜନ୍ତୁ । ଏହାପରେ ଏହି ପରିବା ଭଜାକୁ କାଢି ନିଅନ୍ତୁ । ଏହି ପ୍ୟାନ୍ରେ ବର୍ତ୍ତମାନ କୋକ୍କୁ ଢାଳନ୍ତୁ, ପରେ କୋକରେ ଟମାଟୋ ପେଷ୍ଟ ଓ ଭିନେଗାର ପକାଇ ଗୋଳାଇ ନିଅନ୍ତୁ । ଏହାପରେ ସମସ୍ତ ମିକ୍ସ ହର୍ବ ପକାଇ ଗୋଳାନ୍ତୁ । କିଛି ସମୟ ପରେ ଏଥିରେ ଚିକେନ୍ ପକାନ୍ତୁ । ଅଳ୍ପ ସମୟ ଭାଜି ହେବା ପରେ ଏଥିରେ ପୂର୍ବରୁ ଭାଜି ରଖିଥିବା ପରିବାକୁ ଦେଇ ଦିଅନ୍ତୁ । ସମସ୍ତ ସାମଗ୍ରୀକୁ ଡାଏଟ୍ କୋଲାରେ କିଛି ସମୟ ଭିଜାଇ ରଖନ୍ତୁ । ପାଖାପାଖି ୧୫ ମିନିଟ୍ ଏଥିରେ ସିଝିବାକୁ ଦିଅନ୍ତୁ । ଶେଷରେ ସ୍ୱାଦ ଅନୁସାରେ ଗୋଲମରିଚ ଗୁଣ୍ଡ ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଡାଏଟ୍ କୋଲା ଚିକେନ୍ ।