ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଅଜବ ଅଜବ ଭିଡିଓ ସାମନାକୁ ଆସିଥାଏ । ସେହିଭଳି ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଏକ ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିରେ ଡାକ୍ତର ଷ୍ଟେଥୋସ୍କୋପ ଲଗାଇ ଟେଷ୍ଟ କରୁଛନ୍ତି । ଡାକ୍ତର ଜଣଙ୍କ ଭଗବାନ ଶ୍ରୀକୃଷ୍ଣଙ୍କର ହାର୍ଟବିଟ୍ ଚେକ କରୁଥିବାନେଇ ଭିଡିଓରେ ଦର୍ଶାଯାଇଛି । ଜଣେ ଭକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ହାର୍ଟବିଟ୍ ଶୁଣିଥିବାନେଇ ପ୍ରକାଶ କରିବାପରେ ସେମାନେ ଡାକ୍ତରଙ୍କୁ ଡାକିଥିଲେ, ଯିଏ ଏହାକୁ ଚେକ୍ କରିପାରିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଇବାରେ ଲାଗିଛି । କିଛି ଲୋକ ଏଥିରେ ଆଶ୍ଚର୍ଯ୍ୟପ୍ରକାଶ କରୁଥିବାବେଳେ କିଛି ଏହାକୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି ।