ଟ୍ରମ୍ପଙ୍କର ଭାରତ ଉପରେ ୫୦ ପ୍ରତିଶତ ଟାରିଫ ନିଷ୍ପତ୍ତି ପରେ ଏହାକୁ ନେଇ ସାରାବିଶ୍ବରେ ଚର୍ଚ୍ଚାର ଆରମ୍ଭ ହୋଇଥିଲା । ଭାରତ ସପକ୍ଷରେ ଅନେକ ଦେଶ ମତ ଦେବା ସହ ଏହା ଟ୍ରମ୍ପଙ୍କର ଏକଚାଟିଆ ନିଷ୍ପତ୍ତି ବୋଲି ମତ ବାଢିଥିଲେ । ସେହିଭଳି ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ ଉତ୍ତର ରଖାଯାଇଥିଲା, ବାଣିଜ୍ୟ ଚୁକ୍ତି ପାଇଁ ଜାତୀୟ ସ୍ବାର୍ଥରେ ସାଲିସ କରାଯାଇ ପାରିବ ନାହିଁ ବୋଲି ଭାରତ ଦୃଢତାର ସହ ଜବାବ ରଖିଥିଲା ।
ଅଗଷ୍ଟ ସାତ ତାରିଖରେ ଟ୍ରମ୍ପ ଭାରତରେ ଉପରେ ସମୁଦାୟ ୫୦ ପ୍ରତିଶତ ଟାରିଫ ନେଇ ଘୋଷଣା କରିଥିଲେ । ଯାହାପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଟ୍ରମ୍ପଙ୍କର ଏଭଳି ନିଷ୍ପତ୍ତିକୁ ଅନେକ ଦେଶ ବିରୋଧ କରିବା ସହିତ ଭାରତ ସପକ୍ଷରେ ମତ ବାଢିଥିଲେ । ରୁସରୁ ତେଲ କିଣିବାରୁ ଭାରତ ଉପରେ ପ୍ରତିଶୋଧ ନେଇ ଟ୍ରମ୍ପନେଇଥିବା ଏଭଳି ନିଷ୍ପତ୍ତିକୁ ଚାରିଆଡୁ ନିନ୍ଦା କରାଯାଇଥିଲା । ଟ୍ରମ୍ପଙ୍କର ଏଭଳି ଏକଚାଟିଆ ନିଷ୍ପତ୍ତିର କଡା ଜବାବ ଭାରତ ମଧ୍ୟ ରଖିଥିଲା । ଭାରତ କେବେ ବି ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସହ ସାଲିସ କରିବନାହିଁ ବୋଲି ଭାରତ ସିଧା ମତ ରଖିଥିଲା । ଏଥିପାଇଁ ଭାରତ ବହୁମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ ମତ ରଖିଥିଲା । ଏହାପରେ ଭାରତ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବା ମଧ୍ୟ ଆରମ୍ଭ ହୋଇଥିଲା । ଏହି କ୍ଷେତ୍ରରେ ଅନେକ ଦେଶ ଭାରତକୁ ସମର୍ଥନର ହାତ ମଧ୍ୟ ବଢାଉଥିବା ନଜରକୁ ଆସିଥିଲା । ଚୀନ, ରୁସ ଭଳି ଦେଶ ଭାରତ ଉପରେ ଲାଗିଥିବା ୫୦ ପ୍ରତିଶତ ଟାରିଫ ନୀତିକୁ ବିରୋଧ କରିଥିଲେ ।
ଟାରିଫ
ଟାରିଫର ଅର୍ଥ ରପ୍ତାନୀ ଶୁକ୍ଳ । ଯେତେବେଳେ କୌଣସି ଦେଶ ଅନ୍ୟ ଦେଶଠାରୁ ସାମଗ୍ରୀ କିଣିଥାଏ ସେତେବେଳେ ଏହାଉପରେ କିଛି ଟ୍ୟାକ୍ସ ଲାଗିଥାଏ । ଟ୍ରମ୍ପଙ୍କ ମତରେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଟାରିଫ ବସୁଲ କରୁଥିବାବେଳେ ଆମେରିକା କମ ଶୁକ୍ଳ ନେଉଛି । ତେଣୁ ସେ ଯେସାକୁ ତେସା ନୀତିରେ ଭାରତ ଉପରେ ପ୍ରଥମେ ୨୫ ପ୍ରତିଶତର ଟାରିଫ ଲଗାଇଥିଲେ । ଏହାପରେ ଭାରତ ରୁସଠାରୁ ତେଲ କିଣିବା ଉପରେ ଖପ୍ପା ହୋଇ ଟ୍ରମ୍ପ ଆଉ ୨୫ ପ୍ରତିଶତର ଟାରିଫ ଲଗାଇ ଏହାକୁ ୫୦ ପ୍ରତିଶତ କରିଥିଲେ । ଯାହାପରେ ଭାରତରେ ବିଭିନ୍ନ ସମସ୍ୟା ମୁଣ୍ଡଟେକିଛି । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିଛି । ଟ୍ରମ୍ପଙ୍କ ବ୍ୟବହାରରେ ଏହା ମଧ୍ୟରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା ସୂଚନା ରହିଛି ।

Comments are closed.