ଦିଲ୍ଲୀ: ସେପ୍ଟେମ୍ବର ୧: ଭାରତୀୟ ଖାଦ୍ୟର ସବୁ ସ୍ଥାନରେ ଚାହିଦା ରହିଥାଏ । ସମସ୍ତେ ଭାରତୀୟ ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ଓ ସାମଗ୍ରୀର ଦିୱାନା ହୋଇଥିଆନ୍ତି । ଏହି ସ୍ୱାଦର ଯାଦୁରୁ ହଲିଉଡ୍ ଷ୍ଟାର ମଧ୍ୟ ଦୂରେଇ ରହିନାହାନ୍ତି । ହଲିଉଡ୍ ଷ୍ଟାର ଟମ୍ କ୍ରୁଜ୍ ପଡିଛନ୍ତି ଭାରତୀୟ ଖାଦ୍ୟ ଯାଦୁରେ । ନିକଟରେ ତାଙ୍କୁ ୟୁକେର ଥିବା ଭାରତର ବରିଷ୍ଠ ଗାୟିକା ଆଶା ଭୋସଲେଙ୍କ ରୋସ୍ତୋରାଁରେ ଦେଖିବାକୁ ମିଳିଥିଲା । ସେଠାରେ ମିଳୁଥିବା ଭାରତୀୟ ଷcାଇଲ୍ ଚିକେନ୍ ଟିକା ମସଲାକୁ ସେ ଲଗାତାର ଦୁଇଥର ଖାଇଥିବାର ଜଣାପଡିଛି । ଏହି ଖାଦ୍ୟର ସ୍ୱାଦ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ଏହାକୁ ଦୁଇଥର ମଗାଇ ଖାଇଥିଲେ । ସେ ସେଠି କେବଳ ଖାଇନ ଥିଲେ , ତାଙ୍କୁ ଖାଇବା ଏତେ ପସନ୍ଦ ହୋଇଥିଲା ଯେ ରେସ୍ତୋରାଁର କର୍ମଚାରୀଙ୍କ ପ୍ରଂଶସା ମଧ୍ୟ କରିଥିଲେ । ଏହାସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ତେବେ ଘଟଣା ନେଇ ନିଜେ ଆଶା ସୋସିଆଲ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ଟମ୍ଙ୍କର ରେସ୍ତୋରାଁକୁ ଆସିବା ବେଳର ଫଟୋ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ଟମ୍ଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଫଟୋଟି ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଖାଦ୍ୟକୁ ନେଇ ସମସ୍ତେ ଗର୍ବ ଅନୂଭବ କରିଛନ୍ତି ।

Comments are closed.