ଝରଣା ସହର ହେମିଲଟନ୍‌

ଉତ୍ତର ଆମେରିକାରେ ଥିବା ନିଏଗ୍ରା ଫଲ୍ସ ହେଉଛି ସର୍ବାଧିକ ଦେଖାଯାଇଥିବା ଝରଣା । ହେଲେ ଏମିତି ଏକ ସ୍ଥାନ ଅଛି, ଯାହାକୁ ବିଶ୍ୱର ଝରଣା ରାଜଧାନୀ ବୋଲି କୁହାଯାଇଥାଏ । ଏଠାରେ ଏତେ ସଂଖ୍ୟକ ଝରଣା ଅଛି ଯେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । କାନାଡାର ହେମିଲଟନ୍‌ ନାମକ ଏହି ସହର ହେଉଛି ଝରଣାଗୁଡ଼ିକର ରାଜଧାନୀ । ଏହି ସହରର ପ୍ରାକୃତିକ ସୁନ୍ଦରତା କାରଣରୁ ପ୍ରତିବର୍ଷ ବୃହତ୍‌ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି । ରିପୋର୍ଟ ମୁତାବକ, ହେମିଲଟନ୍‌ ସହରର ସବୁଠୁ ଲୋକପ୍ରିୟ ପ୍ରାକୃତିକ ବିଶେଷତା ହେଉଛି ଏହାର ଝରଣା । କାହିଁକି ନା ଏଠାରେ ୧୦୦ରୁ ଅଧିକ ଝରଣା ରହିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାରେ ଥିବା ଏକ ପାହାଡ଼ ଉପରୁ ଝରଣାଟିଏ ସହର ଦେଇ ବୋହିଯାଏ । ଯାହା ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ତେବେ ପାହାଡ଼ ଉପରୁ ଏହି ଝରଣାଟି ବୋହିବା ପରେ ଏହାର ଜଳରାଶି ଏକାଧିକ ଛୋଟ ଛୋଟ କୃତ୍ରିମ ଝରଣାର ସନ୍ଦେହ ସୃଷ୍ଟି କରିଥାଏ । ହେଲେ ହେମିଲଟନ୍‌ରେ କେତେ ଝରଣା ଅଛି, ତାହା ଏଯାବତ୍‌ କେହି ବି ସଠିକ୍‌ ରୂପେ ଗଣନା କରିନାହାନ୍ତି । ଏଠାକାର ନିବାସୀ କ୍ରିସ୍‌ ଏକ୍ଲଣ୍ଡ୍‌ ସହରରେ ଥିବା ଝରଣାକୁ ନେଇ ଷ୍ଟଡି କରି ସେସବୁକୁ ତାଙ୍କ େଓ୍ୱବସାଇଟ୍‌ରେ ଉଲ୍ଲେଖ କରିଥିଲେ । ପ୍ରାୟ ୧୩୦ଟି ଝରଣାର ନାଁ ତାଙ୍କ େଓ୍ୱବସାଇଟ୍‌ରେ ଉଲ୍ଲେଖ ରହିଥିବାବେଳେ ଏଠାରେ ପ୍ରାୟ ୧୫୦ଟି ଝରଣା ଅଛି ବୋଲି ଅନ୍ୟମାନେ କୁହନ୍ତି ।

Launching Ceremony of “AYUSHMAN BHARAT

Comments are closed.