ଭୁବନେଶ୍ୱର: ମେ ୩୧:ଜୁନ୍ ୧୭ରେ ରାଜ୍ୟରେ ଖୋଲିବନି ସ୍କୁଲ । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । କରୋନା ମୁକାବିଲା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ ଅନୁସାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଆଲୋଚନା କରି ଏସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ତେଣୁ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ରାଜ୍ୟସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇ ନାହିଁ ।

Comments are closed.