ଜାତୀୟ ପୋଷଣ ସପ୍ତାହ

0

ସ୍ୱାସ୍ଥ୍ୟ ସବୁଠାରୁ ଅମୂଲ୍ୟ ସମ୍ପଦ ହୋଇଥାଏ । ଜଣେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟବାନ ରହିବାକୁ ହେଲେ ସବୁଠାରୁ ଅଧିକ ଧ୍ୟାନ ଖାଦ୍ୟ ଉପରେ ଦେବାକୁ ହୋଇଥାଏ । ଅନେକ ସମୟରେ ଏଭଳି ଘଟଣା ସାମନାକୁ ଆସେ ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ବ୍ୟକ୍ତି ପୋଷଣ ଅଭାବରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଭାରତରେ ପୋଷଣର ଗୁରୁତ୍ୱତାକୁ ବଢାଇବା ପାଇଁ ପ୍ରତିବର୍ଷ ୧ ସେପେଫମ୍ବରରୁ ୭ ସେପେଫମ୍ବର ପର୍ଯ୍ୟନ୍ତ ପାଳନ ହୋଇଥାଏ ଜାତୀୟ ପୋଷଣ ସପ୍ତାହ । ଯେଉଁଥିରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଇ ପୋଷଣ ସମ୍ପର୍କରେ ସମସ୍ତଙ୍କୁ ବୁଝା ଯାଇଥାଏ । ଆମ ଶରୀର ପାଇଁ କେଉଁ ପୋଷଣ ଆବଶ୍ୟକ ଏବଂ ଏହା କେଉଁକେଉଁ ଖାଦ୍ୟରୁ ମିଳିବ ସେଥିପାଇଁ ସପ୍ତାହେବ୍ୟାପି ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ ।

Govt
Leave A Reply

Your email address will not be published.