ଭାରତର ସହର ବର୍ତ୍ତମାନ ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନରେ ପରିଣତ ହୋଇଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ବର୍ଷା ନହେବା, ବନାଗ୍ନି, ଅତ୍ୟଧୀକ ଖରା, ହିଟ୍ ଷ୍ଟ୍ରୋକ ଆଦି ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳୁଛି । ଯାହା ଅନେକ ଜୀବନ ହାନିର କାରଣ ମଧ୍ୟ ସାଜୁଛି । ତେବେ ବର୍ତ୍ତମାନ ଅନ୍ୟ ଦେଶ ଭଳି ଭାରତ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛି । ଭାରତ ସରକାର ମଧ୍ୟ ଏଥିପାଇଁ ବିଭିନ୍ନ ପ୍ରୋଜେକ୍ଟ ଓ ସ୍କିମ ଆଣିବା ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ଏଥିପାଇଁ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଏଥିପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ସରକାର ଏବଂ ଘରୋଇ କ୍ଷେତ୍ରରେ ଅନେକ ସଂସ୍ଥା ବିଭିନ୍ନ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଭାରତରେ ଇଣ୍ଡିଆନ୍ କୁଲିଂ ଆକ୍ସନ ପ୍ଲାନ ଲାଗୁ କରାଯାଇ ଏହା ଅଧିନରେ ଅନେକ କ୍ରାର୍ଯ୍ୟକ୍ରମ କରାଯାଉଛି । ତେବେ ବର୍ତ୍ତମାନସୁଦ୍ଧା ଭାରତରେ ଟେକ୍ନୋଲୋଜିର ବ୍ୟବହାର କରି ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବା ବାକି ରହିଛି ।

Comments are closed.