ଚେସ୍‌ ଚାମ୍ପିଅନ

0


ନିକଟରେ ଚେସ୍‌ରେ ଜଣେ ଭାରତୀୟ ଖେଳାଳୀ ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି, ସେ ହେଲେ ଗୁକେଶ ଦୋମ୍ମରାଜୁ । ସେ ଚେସ୍‌ରେ ବିଶ୍ୱ ଚାମ୍ପିଅନ ହୋଇ ଭାରତର ନାଁକୁ ଖୁବ ଆଗକୁ ନେଇଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ଚେସ୍‌ ଖେଳାଳୀଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ।

ଗୁକେଶ ଦୋମ୍ମରାଜୁ ଗୁକେଶ ଡି ନାମରେ ସାରା ଭାରତରେ ପରିଚିତ । ୨୬ମେରେ ଖେଳାଯାଇଥିବା ନରେଓ୍ୱ ଚେସରେ ସେ ମ୍ୟାଗ୍‌ନସ୍‌ କାର୍ଲସନ୍‌କୁ ହରାଇ ଓ୍ୱାଲïର୍ ଚାମ୍ପିଅନ ହୋଇଥିଲା । ଯାହା ପରେ ସେ ସାରା ବିଶ୍ୱରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ସେ ଚେସ ଗ୍ରାଣ୍ଡମାଷ୍ଟର ଏବଂ ବର୍ତ୍ତମାନର ଚେସ ବିଶ୍ୱ ଚମ୍ପିଅନ । ଗୁକେଶ ସର୍ବକନିଷ୍ଠ ବିଶ୍ୱ ଚେସ ଚମ୍ପିୟାନ ଅଟନ୍ତି । ଫିଡ଼େର ୨୭୫୦ ପଏଣ୍ଟର ଇଲୋ ରେଟିଂ ପାର କରିବାରେ ମଧ୍ୟ ସେ ସର୍ବକନିଷ୍ଠ ଅଟନ୍ତି । ସେ ଏହି କୀର୍ତ୍ତିମାନ ୧୭ ବର୍ଷ ବୟସରେ ହାସଲ କରିଥିଲେ । ସେହିପରି ଫିଡ଼େର ୨୭୦୦ ପଏଣ୍ଟ ପାର କରିବାରେ ସେ ବିଶ୍ୱର ତୃତୀୟ ସର୍ବକନିଷ୍ଠ ।୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ହାସଲ କରିଥିଲେ ଓ ଏହା ହାସଲ କରିବାରେ ବିଶ୍ୱର ତୃତୀୟ ସର୍ବକନିଷ୍ଠ ବ୍ୟକ୍ତି ପାଲଟିଥିଲେ । ଗୁକେଶ ୭ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ୧୨ ବର୍ଷରୁ କମ ବିଭାଗର ବିଶ୍ୱ ଯୁବ ଚେସ ଚାମ୍ପିଅନସିପ ଜିତିଥିଲେ, ସେହି ବର୍ଷ ସେ ଏସୀୟ ଯୁବ ଚେସ ଚାମ୍ପିଅନସିପରେ ଏକାଧିକ ସ୍ୱର୍ଣ୍ଣପଦକ ଜିତିଥିଲେ । ୨୦୧୭ ମସିହା ମାର୍ଚ୍ଚ ମାସ ବେଳକୁ ମାତ୍ର ୧୨ ବର୍ଷ ବୟସରେ ସେ ଇଣ୍ଟନେସନାଲ ମାଷ୍ଟର ହେବାର ଯୋଗ୍ୟତା ହାସଲ କରିସାରିଥିଲେ । ଏହିଭଳି ତାଙ୍କ ନାମରେ ଅନେକ ରେକର୍ଡ ସାମିଲ ରହିଛି ।
ଗୁକେଶ ୨୦୧୩ ମସିହାରେ ୭ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ । ସେ ବିଧିବଦ୍ଧ ଭାବରେ ସପ୍ତାହକୁ ୩ଟି ଘଣ୍ଟିକିଆ ପ୍ରଶିକ୍ଷଣରେ ଯୋଗଦେଇଥିଲେ । ୨୦୧୭ ମସିହାରେ ତାଙ୍କ ପିତା ଚାକିରି ଛାଡ଼ି ଗୁକେଶଙ୍କୁ ନେଇ ପ୍ରତି ଟୁର୍ଣ୍ଣାମେଣ୍ଟରେ ଖେଳାଇଥିଲେ । ସେତେବେଳେ ଗୁକେଶଙ୍କ ମାତାପିତାଙ୍କ ବନ୍ଧୁମାନେ ଗୁକେଶଙ୍କ ସମସ୍ତ ଖର୍ଚ୍ଚ ଉଠାଉଥିଲେ ବୋଲି ସୂଚନା ରହିଛି । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ତାଙ୍କ ପ୍ରତିଭା ପିଲାଦିନୁ ହିଁ ଜଣା ପଡିଥିଲା । ଗୁକେଶଙ୍କ ଜନ୍ମ ୨୦୦୬ ମସିହା ମଇ ମାସ ୨୯ତାରିଖରେ ଚେନ୍ନାଇରେ ହୋଇଥିଲା । ତାଙ୍କ ମା ପଦ୍ମାବତୀ ଜଣେ ମାଇକ୍ରୋବାୟୋଲିଜିଷ୍ଟ ଓ ପିତା ରଜନୀକାନ୍ତ ଜଣେ ଡାକ୍ତର । ଗୁକେଶ ଚେନ୍ନାଇର ମେଲ ଅୟନବMମରେ ଥିବା ବେଲମ୍ମଲ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଆଗକୁ ଭାରତର ନାଁକୁ ବିଶ୍ୱ ଚେସ୍‌ରେ ଆହୁରି ଆଗକୁ ନେବାକୁ ଆଶା ରଖିଛନ୍ତି ଗୁକେଶ ।

Leave A Reply

Your email address will not be published.