ଚୀନ ରେ ବିସ୍ଫୋଟ ରୂପ ନେଇପାରେ କରୋନା ଲହର,ସ୍ଥିତି ଅଣାୟତ୍ତ

ବେଜିଙ୍ଗ : ଚୀନ୍‌ରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ମାଡି ମାଡି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା I ୧.୪ ମିଲିୟନ୍‌ ଜନସଂଖ୍ୟା ଥିବା ଏହି ଦେଶରେ ସୋମବାର ଦିନ ପୁଣି ୫ଟି ମୃତ୍ୟୁ ମାମଲା ଚିହ୍ନଟ ହେବା ପ‌ରେ ମୃତ୍ୟୁ ସଂଖ୍ୟା ୫,୨୪୪ରେ ପହଞ୍ଚିଛି । ଚୀନର ମହାମାରୀ ବିଶେଷଜ୍ଞ ଉ-ଜୁନ୍‌ୟୁଙ୍କ ସୂଚନା ଅନୁସାରେ ଆସନ୍ତା ୩ ମାସ ମଧ୍ୟରେ ୩ଟି ଲହର ଆସିବ । ପ୍ରଥମ ଲହର ଜାନୁଆରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ରହିବ । ଜାନୁଆରୀ ୨୧ ତାରିଖ ଚୀନର ନୂଆବର୍ଷ ପରଠୁ ଦ୍ୱିତୀୟ ପର୍ଯ୍ୟାୟ ଲହର ଆତଙ୍କ ସୃଷ୍ଟି କରିବ। ଫେବ୍ରୁଆରୀ ଶେଷରୁ ମାର୍ଚ୍ଚ ମଧ୍ୟ ଭାଗ ପର୍ଯ୍ୟନ୍ତ ତୃତୀୟ ଲହର ଜାରି ରହିବ । ପ୍ରବଳ ଥଣ୍ଡା ଯୋଗୁ ଚୀନରେ କରୋନା ଅଣାୟତ୍ତ ହୋଇପଡିଛି । ସେହିପରି ୨୦୨୩ରେ ଚୀନ୍‌ରେ କରୋନାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ନେଇ ଆକଳନ କରିଛି ଆମେରିକାର ଆଇଏଚଏମଇ ସଂସ୍ଥା । ଏହି ମାସ ଆରମ୍ଭରେ, ଚୀନ୍ କୋଭିଡ ନୀତି ଅନୁଯାୟୀ ଲକଡାଉନ୍ ଏବଂ କ୍ୟାଣ୍ଟିନ ପ୍ରତିବନ୍ଧକକୁ ହଟାଇ ଦେଇଥିଲା, ସେହି ଦିନଠାରୁ ସେଠାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା।

ସର୍ବଶେଷ ସରକାରୀ ଆକଳନ ଅନୁସାରେ ଚୀନରେ ଦୈନିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି I ରବିବାର (ଡିସେମ୍ବର ୧୮) ଚାଇନାରେ କେବଳ ୨୦୯୭ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏପିଡେମୋଲୋଜିଷ୍ଟ୍ ୱୁ ଜୁନିଆଓ କହିଛନ୍ତି ଯେ ସଂକ୍ରମଣର ଏହି ଲହର ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ ଏହାର ଦ୍ୱିତୀୟ ଲହର ଜାନୁଆରୀ ଶେଷ ରୁ ଆରମ୍ଭ ହୋଇ ଫେବୃଆରୀ ଠାରୁ ବିସ୍ତାର ହେବାର ସମ୍ଭାବନା ରହିଛି।

ଚୀନରେ ପ୍ରଥମରୁ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ୫ହଜାର ୨୩୫ ରହିଛି। କିନ୍ତୁ ବର୍ତ୍ତମାନ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇନି । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୭ ରେ ହୋଇଥିଲା।

ସେପଟେ ଏବେ ଏମିତି ହୋଇଛି କି, ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍। କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି। ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା। ସେହିପରି ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲାଗୁଛି ।

Launching Ceremony of “AYUSHMAN BHARAT

Comments are closed.