ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିଲେ ପାକ୍‌ ସେନାମୁଖ୍ୟ

0

ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ସାଲ ଅସୀମ ମୁନିର ମଙ୍ଗଳବାର ଔପଚାରିକ ଭାବେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ର ତିଆନ୍‌ଜିନ୍‌ରେ ଅନୁଷ୍ଠିତ ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀରୁ ଫେରିବାର ଦିନକ ପରେ ପାକ୍‌ ସେନା ମୁଖ୍ୟ ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ, ଏସ୍‌ସିଓ ଶିଖର ସମ୍ମିଳନୀରେ ଗତକାଲି ପହଲଗାମ ଆକ୍ରମଣକୁ ନିନ୍ଦା କରି ଏକ ମିଳିତ ଘୋଷଣାନାମା ଜାରି ହୋଇଥିଲା। ମୁନୀର ମଧ୍ୟ ଏସ୍‌ସିଓ ସମ୍ମିଳନୀ ପାଇଁ ତିଆନ୍‌ଜିନ୍‌ ଯାଇଥିବା ପାକିସ୍ତାନ ଟିମ୍‌ରେ ଥିଲେ। ବୁଧବାର ଚୀନ୍‌ ସେନାର ଏକ ବିଶାଳ ପରେଡ୍‌ରେ ସେ ଅଂଶଗ୍ରହଣ କରିବେ।

Govt
Leave A Reply

Your email address will not be published.