ଚୀନ୍ ବାଲି ଝଡ଼ ଦକ୍ଷିଣ କୋରିଆରେ ପ୍ରବେଶ କଲା

ସିଓଲ: ମାସେରୁ ଅଧିକ ସମୟ ଧରି ଚୀନ୍ରେ ସାଙ୍ଘାତିକ ପରିସ୍ଥିତି କରିଥିବା ବାଲି ଝଡ଼ କିଛି ଦିନ ମଧ୍ୟରେ ଦକ୍ଷିଣ କୋରିଆ ଓ ଜାପାନ୍ରେ ମଧ୍ୟ ତାଣ୍ଡବ ଆରମ୍ଭ କରିବ। ଗୋବି ମରୁଭୂମିରୁ ଆରମ୍ଭ ହୋଇଥିବା ଏହି ବାଲି ଝଡ଼ ଦକ୍ଷିଣ କୋରିଆରେ ପ୍ରବେଶ କରିଲାଣି ଏବଂ ଆଗକୁ ଏହା ଦେଶ ଭିତରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ବେଳକୁ ଏହା ଜାପାନ ସୀମାରେ ପ୍ରବେଶ କରି ରାଜଧାନୀ ଟୋକିଓ ପର୍ଯ୍ୟନ୍ତ ଯାଇପାରେ। ଏହାଫଳରେ ରାସ୍ତାଘାଟ ମାନଙ୍କରେ ଦୃଶ୍ୟମାନ କମ୍ ହୋଇଯିବ। ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ବାଲି ଝଡ଼ ଚୀନ୍ର ୧୮ଟି ପ୍ରଦେଶରେ କାୟା ମେଲାଇଥିଲା। ମାର୍ଚ୍ଚ ମାସ ଆରମ୍ଭରୁ ବେଜିଙ୍ଗରେ ହୋଇଥିବା ଝଡ଼ମାନଙ୍କ ମଧ୍ୟରୁ ଏହା ସବୁଠୁ ବଡ଼ ବାଲି ଝଡ଼। ତେବେ ମଙ୍ଗଳବାର ସୁଦ୍ଧା ଏହି ଝଡ଼ ଚୀନ୍ ପାର୍ କରିଯିବ ବୋଲି ଆକଳନ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.