ଚାଇନିଜ୍‌ ମଞ୍ଚୁରିଆନର ଜନ୍ମ ଭାରତରେ

0

ଚାଇନିଜ୍‌ ମଞ୍ଚୁରିଆନ ଚୀନର ଖାଦ୍ୟବୋଲି ସମସ୍ତଙ୍କର ଧାରଣା ରହିଛି, ହେଲେ ଏପରି ନୁହେଁ । ଚୀନ ନୁହେଁ ବରଂ ଚାଇନିଜ୍‌ ମଞ୍ଚୁରିଆନର ଜନ୍ମ ୫୦ ବର୍ଷ ତଳେ ଭାରତରେ ହୋଇଥିଲା । ଜଣେ କଲିକତାର ରୋଷେୟା ଏହାକୁ ତିଆରି କରିଥିଲେ । ତାଙ୍କର ସମ୍ପର୍କ ଚୀନ ସହିତ ରହିଥିଲା, ତାଙ୍କର ବଂଶୋଦ୍ଭୁବ ଚୀନର ଥିଲେ ବୋଲି ସୂଚନା ରହିଛି । ତେବେ ସେ କିଛି ଏକ୍ସପେରିମେଣ୍ଟ କରିବା ପାଇଁ ଏହି ଡିସ୍‌ ପ୍ରସ୍ତୁତ କରିଥିଲେ । ମୁମ୍ବାଇରେ ହେଉଥିବା ଏକ କ୍ରିକେଟମ୍ୟାଚରେ ପରଷାଯିବା ପାଇଁ ସେ ଏହି ଡିସ୍‌ଟିକୁ ପ୍ରସ୍ତୁତ କରିଥିଲେ ଯେଉଥିରେ ଉଭୟ ଚୀନ ଓ ଭାରତୀୟ ସ୍ୱାଦ ରହିଥିଲା । ପ୍ରଥମେ ଏହାକୁ ଚିକେନ୍‌ରେ ପ୍ରସ୍ତୁତ କରାଯାଇଥିଲା, ଯାହା ବର୍ତ୍ତମାନ ବିଭିନ୍ନ ପ୍ରକାରରେ କରାଯାଉଛି । ତେବେ ଖୁବ ଲୋକ ଏହା ଜାଣନ୍ତି କି ଚିକେନ୍‌ ମଞ୍ଚୁରିଆନ ଭାରତର ଖାଦ୍ୟ, ସମସ୍ତେ ଏହାକୁ କୌଣସି ଚାଇନିଜ୍‌ ଡିସ୍‌ ବୋଲି ଭାବିଥାଆନ୍ତି ।

Govt
Leave A Reply

Your email address will not be published.