ଆଜିକାଲି ଚଷମାକୁ କେବଳ ଆଖି ଖରାପର ଚିକିତ୍ସା ନୁହେଁ ବରଂ ଷ୍ଟାଇଲ ଓ ପର୍ସନାଲିଟିର ଅଂଶ ଭାବେ ବିବେଚନା କରୁଛନ୍ତି । ତେବେ ଯେଉଁମାନେ ଚଷମା ପିନ୍ଧନ୍ତି ସେମାନଙ୍କ ପାଇଁ ଚଷମାକୁ ସୁରକ୍ଷିତ ରଖିବା ବେଳେବେଳେ କଷ୍ଟକର ହୋଇପଡେ । ଛୋଟଛୋଟ ଭୁଲ ପାଇଁ ଚଷମାରେ ଦାଗ ଲାଗିବା, କାଚ ଭାଙ୍ଗିବା କିମ୍ବା ଫ୍ରେମ ନଷ୍ଟ ହେବା ଭଳି ସମସ୍ୟା ଉପୁଜିଥାଏ । ତେବେ ଏଥିପାଇଁ କିଛି ଛୋଟଛୋଟ ନିୟମ ମାନିଲେ ଆମେ ଆମର ଚଷମାକୁ ସବୁବେଳେ ସୁରକ୍ଷିତ ରଖିପାରିବା । ପ୍ରଥମେ ଚଷମାକୁ ପୋଛିବାବେଳେ ବିଶେଷ ଧ୍ୟାନ ଦିଅନ୍ତୁ । ଅନେକ ସମୟରେ ଲୋକମାନେ ନିଜର ଟିସାର୍ଟ କିମ୍ବା ଅନ୍ୟ ଯେକୌଣସି କପଡାରେ ଚଷମାକୁ ପୋଛି ଦିଅନ୍ତି । ହେଲେ ଏଭଳି କରିବା ଠିକ୍ ନୁହେଁ । ଏହା କରିବାଫଳରେ ଚଷମାରେ ସ୍କ୍ରାଚ ହେବାର ଭୟ ବେଶି ରହିଥାଏ । ଯାହାଦ୍ୱାରା ଆପଣଙ୍କୁ ଚଷମାରେ ଦେଖିବାକୁ ଅସୁବିଧା ହୋଇଥାଏ । ସେହିଭଳି ଚଷମାକୁ ସବୁବେଳେ ମାଇକ୍ରୋଫାଇବର କପଡାରେ ପୋଛନ୍ତୁ ଏବଂ ଲେନ୍ସ କ୍ଲିନରର ବ୍ୟବହାର କରନ୍ତୁ । ସେହିଭଳି ଚଷମାକୁ କେବେହେଲେ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଚଷମା ନଷ୍ଟ ହୋଇଥାଏ । ଏଭଳି ଛୋଟଛୋଟ କଥାର ଧ୍ୟାନ ରଖିଲେ ଚଷମା ଅଧିକ ଦିନ ଭଲ ରହିବ ଖରାପ ହେବ ନାହିଁ ।

Comments are closed.