ଘୁଞ୍ଚୁଚି ଚନ୍ଦ୍ର

ନିକଟରେ ମିଳିଥିବା ତଥ୍ୟ ଅନୁସାରେ ପୃଥିବୀ ଠାରୁ ଚନ୍ଦ୍ର ଧୀରେଧୀରେ ଘୁଞ୍ଚିବାରେ ଲାଗୁଛି । ପ୍ରତିବର୍ଷ ଏହା ଅଧା ଇଞ୍ଚ ଅର୍ଥା ୩.୮ ସେଣ୍ଟିମିଟର ପୃଥିବୀଠାରୁ ଦୂର ହେବାରେ ଲାଗିଛି । ବୈଜ୍ଞାନିକମାନେ ପ୍ରତିବର୍ଷ କରୁଥିବା ଚନ୍ଦ୍ର ଓ ପୃଥିବୀର ମାପରୁ ଏଭଳି ତଥ୍ୟ ସାମନାକୁ ଆସିଛି । ଆଲୋକ ସାହାଯ୍ୟରେ ମପାଯାଉଥିବା ଏହି ବ୍ୟବଧାନରେ ପରିବର୍ତ୍ତନ ପରିଲକ୍ଷିତ ହେଉଥିବା ସେମାନେ ସୂଚନା ଦେଇଛନ୍ତି । ଏହା ପଛରେ ମାଧ୍ୟକର୍ଷଣ ଶକ୍ତି ଓ ଟାଇଡାଲ ଫୋର୍ସର ହାତ ରହିଛି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ଦିନ ବଡ ହୋଇଥାଏ ହେଲେ ଏହା ଆମମାନଙ୍କୁ ଜଣା ପଡିନଥାଏ । କାରଣ ଏହାର ପ୍ରଭାବ ଖୁବ କମ ରହିଥାଏ । ସେହିଭଳି ବୈଜ୍ଞାନିକ ତଥ୍ୟ ଅନୁସାରେ ୪.୫ ବିଲିଅନ ବର୍ଷ ପୂର୍ବେ ପୃଥିବୀରେ ଦିନ ଛୋଟଥିଲା କାରଣ ଚନ୍ଦ୍ର ପୃଥିବୀର ନିକଟତର ରହିଥିଲା । ଯେଉଁ କାରଣରୁ ସେତେବେଳେ ଚନ୍ଦ୍ର ଆମ ଆକାଶରେ ଖୁବ ବଡ ମଧ୍ୟ ପ୍ରତିତ ହେଉଥିଲା । ତେବେ ଏହି ପରିବର୍ତ୍ତନ ଗୁଡିକ ଏତେ ଧୀରେ ହୋଇଥାଏ କି ଏହାକୁ ଅନୁଭବ କରିବା ସହଜ ହୋଇନଥାଏ ।

Launching Ceremony of “AYUSHMAN BHARAT

Comments are closed.