ରାଜ୍ୟ ସରକାର ତାଲାବନ୍ଦ ନିୟମ କୋହଳ କରିବା ସହିତ ଘରୋଇ ବସ୍ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ପ୍ରାୟ ୧୬ ହଜାର ବସ୍ ଚଳାଚଳ କରୁଥିଲାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୨ ହଜାର ବସ୍ ଚଳାଚଳ ଆରମ୍ଭ ହୋଇଛି । ବସ୍ର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯାତାୟାତ କରିବାର ଅନୁମତି ରହିଛି । ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ଯେପରି ବଜାୟ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବସ୍ କଣ୍ଡକଫରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କରୋନା ସଚେତନତା ବାର୍ତ୍ତା ଯାତ୍ରୀମାନଙ୍କୁ ଦେବା ପାଇଁ କୁହାଯାଇଛି । ତେବେ ବସ୍ ଚାଲିବା ପୂର୍ବରୁ ସେଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ମରାମତି ମଧ୍ୟ କରାଯାଇଥିବା ଜଣେ ଘରୋଇ ବସ୍ ମାଲିକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଘରୋଇ ବସ୍ ଚଳାଇବା ପୂର୍ବରୁ ବସ୍ ମାଲିକସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଅଗଷ୍ଟ ଓ ସେପେଫମ୍ବର ମାସର ଟିକସ ଛାଡ଼ କରାଯିବା ପାଇଁ ବିଚାରବିମର୍ଶ ଚାଲିଛିି ।

Comments are closed.