ଦିଲ୍ଲୀ: ଅଗଷ୍ଟ ୫: କରୋନା ଗାଇଡ୍ ଲାଇନ୍ କାରଣରୁ ଅନେକ ଲୋକ ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ସମସ୍ତ ଏୟାର ଲାଇନ୍ଗୁଡିକ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି । ଏହାକୁ ନଜରରେ ରଖି ଏୟାର ଲାଇନ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି ଯେପରି, ବିନା ବିମାନଯାତ୍ରାରେ ଲୋକମାନେ ଏୟାର ଲାଇନ୍ ପକ୍ଷରୁ ଦିଆଯାଉଥିବା ଖାଦ୍ୟର ମଜା ପାଇପାରିବେ । ଫିନ୍ଲାଣ୍ଡର ଫିନ୍ ଏୟାର ଲାଇନ୍ ସବୁଠାରୁ ଲୋକପ୍ରିୟ ଏୟାରଲାଇନ୍ । ବର୍ତ୍ତମାନ ଏହି ଏୟାର ଲାଇନ୍ ପକ୍ଷରୁ ପରଷା ଯାଉଥିବା ଖାଦ୍ୟକୁ ସୁପର ମାର୍କେଟରେ ମିଳୁଛି । ଏହି ନିଆରା ଯୋଜନା ଫଳରେ ବିମାନରେ କାର୍ଯ୍ୟରତ କ୍ୟାଟ୍ରିଂ କର୍ମଚାରୀଙ୍କ ଚାକିରି ମଧ୍ୟ ସୁରକ୍ଷିତ ରହିପାରିଛି । କମ୍ପାନୀ ପକ୍ଷରୁ ‘ଟେଷ୍ଟ ଅଫ୍ ଫିନ୍ ଏୟାର’ ନାମରେ ଏକ ପ୍ୟାକେଟ୍ ମିଳୁଛି, ଯାହାକୁ ଲୋକ ୧୦ ୟୁରୋ ଦେଇ କିଣିପାରିବେ । ଘରେ ବସି ବିମାନ ଖାଦ୍ୟର ମଜା ନେଇପାରିବେ । କରୋନା କାରଣରୁ କମ୍ପାନୀ ତାର ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ବାଧ୍ୟ ହୋଇଛି । ତେଣୁ ବଳକା କର୍ମଚାରୀଙ୍କ ରୋଜଗାରକୁ ଆଖିରେ ରଖି ଏଭଳି ପଦକ୍ଷେପ କମ୍ପାନୀ ପକ୍ଷରୁ ନିଆଯାଇଛି ।
Comments are closed.