ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗ୍ଲୋବାଲ ଚେସ୍ ଲିଗ୍ (ଜିସିଏଲ୍)ର ଦ୍ବିତୀୟ ସଂସ୍କରଣରେ ଆମେରିକାନ୍ ଗାମ୍ବିଟ୍ସର ସହମାଲିକ ହୋଇଛନ୍ତି। ଏହି ଦଳ ପ୍ରଥମ ଥର ଲାଗି ଟେକ୍ ମହିନ୍ଦ୍ରା ଓ ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଫିଡେ) ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଜିସିଏଲ୍ରେ ଅଂଶଗ୍ରହଣ କରିବ। ଲଣ୍ଡନରେ ଅକ୍ଟୋବର ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଲିଗ୍ ଲାଗି ୬ ଦଳର ନାମ ସୋମବାର ଘୋଷଣା ହୋଇଛି। ଏହି ସଂସ୍କରଣରେ ଚିଙ୍ଗାରି ଗଲ୍ଫ ଟାଇଟାନ୍ସ ବଦଳରେ ଆମେରିକାନ୍ ଗାମ୍ବିଟ୍ସ ଭାଗନେବ। ଏହି ଦଳ ମାଲିକ ଅଶ୍ବିନଙ୍କ ସହ ପ୍ରଚୁରା ପିପି ଓ ଭେଙ୍କଟ କେ ନାରାୟଣ ସହ ମାଲିକ ରହିଛନ୍ତି। ଅନ୍ୟ ୫ ଫ୍ରାଞ୍ଚାଇଜ୍ ହେଲେ ଅଲ୍ଫାଇନ୍ ଏସ୍ଜି ପାଇପର୍ସ, ପିବିଜି ଆଲାସ୍କାନ ନାଇଟ୍ସ, ଗଙ୍ଗେସ୍ ଗ୍ରାଣ୍ଡମାଷ୍ଟର୍ସ ଓ ବିଜେତା ତ୍ରିବେଣୀ କଣ୍ଟିନେଣ୍ଟାଲ କିଙ୍ଗ୍ସ ଓ ମୁମ୍ବା ମାଷ୍ଟର୍ସ।

Comments are closed.