ଗୁରୁଙ୍କ ଆଦର୍ଶ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

0

ପ୍ରତିବର୍ଷ ରାଧାକ୍ରିଷ୍ଣନ୍‌ଙ୍କ ପବିତ୍ର ଜନ୍ମ ତିଥିକୁ ‘ଗୁରୁ ଦିବସ’ରୂପେ ପାଳନ କରାଯାଇ ତାଙ୍କୁ ଜଣେ ମହାନ୍‌ ଗୁରୁ ଭାବେ ଯଥୋଚିତ ସମ୍ମାନ ପ୍ରଦାନ କରାଯାଇଥାଏ । ଯଥାର୍ଥରେ ସେ ଥିଲେ ଜଣେ ଯଶସ୍ୱୀ ଗୁରୁ । ବିଦ୍‌ବତ୍ତା, ମନୀଷା, ଦୂରଦୃଷ୍ଟି , ସମସ୍ୟାର ଅନୁଶୀଳନ, ସାଧୁତା ଓ ସ୍ପଷ୍ଟବାଦିତା ଦୃଷ୍ଟିରୁ ସେ ହୋଇପାରିଥିଲେ ରାଷ୍ଟ୍ର ଗୁରୁ । ଏହି ମହାନ ପ୍ରତିଭୂ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ସେପେଫମ୍ବର ୫ ତାରିଖରେ ମାନ୍ଦ୍ରାଜର ତିରୁଭାଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରାଧାକ୍ରିଷ୍ଣନ୍‌ ଭେଲ୍ଲୋରର ବୁରହିକ୍‌ କଲେଜରୁ ଏଣ୍ଟ୍ରାନ୍ସ ଏବଂ ଏଫ.ଏ ମାନ୍ଦ୍ରାଜର ଖ୍ରୀଷ୍ଟିଆନ କଲେଜରୁ ଦର୍ଶନରେ ଅନର୍ସ ସହିତ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବି.ଏ, ଏବଂ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଏମ୍‌.ଏ. ପାସ କରିଥିଲେ । ୧୯୦୯ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜର ପ୍ରେସିଡେନ୍‌ସି କଲେଜରେ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେହି କଲେଜରେ କିଛି ବର୍ଷ କାର୍ଯ୍ୟ କରିବା ପରେ ମହୀଶୁର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ପଦରେ ସେ ଯୋଗ ଦେଇଥିଲେ । ପରେ ୧୯୨୧ ମସିହାରେ କୋଲକାତା ବିଶ୍ୱବିଦ୍ୟାଳୟରେ ଦର୍ଶନ ଅଧ୍ୟାପକ ରୂପେ ସେ ଯୋଗଦେଲେ । କ୍ରମେ ତାଙ୍କ ଖ୍ୟାତି ଉତ୍ତର ଭାରତରେ ବଢିବାକୁ ଲାଗିଲା, ସେ କଲିକତାରେ ଅଧିକ ଲୋକପ୍ରିୟ ହୋଇଥିଲେ । ୧୯୨୬ ମସିହାରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭାରତର ପ୍ରତିନିଧିତ୍ୱ କରି ଭାରତୀୟ ଦର୍ଶନ ପ୍ରଚାର କରିଥିଲେ । ଏହିପରି ତାଙ୍କର ରହିଛି ଅନେକ କୃତିତ୍ୱ । ରାଧାକୃଷ୍ଣନ୍‌ ଥିଲେ ଜ୍ଞାନଯୋଗୀ । ଭାରତରୁ ତଥା ପୃଥିବୀର ବିଭିନ୍ନ ଦେଶରୁ ସେ ବହୁତ ସମ୍ମାନସୂଚକ ଉପାଧି ଲାଭ କରିଲେ । ଦର୍ଶନଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ପ୍ରଣୟନ କରିଛନ୍ତି । ପୃଥିବୀର ବିଭିନ୍ନ ଦେଶରେ ଭାରତର ଉଚ୍ଚଦର୍ଶନକୁ ସେ ପ୍ରଚାର, ପ୍ରସାର କରିଛନ୍ତି । ଜଣେ ଦକ୍ଷ ଶିକ୍ଷକ ଭାବରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ବ କରି ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବାରୁ ଶିକ୍ଷକମାନଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମଦିନକୁ ‘ଗୁରୁଦିବସ’ରୂପେ ପାଳନ କରାଯାଇଥାଏ । ରାଧାକ୍ରିଷ୍ଣନ୍‌ଙ୍କ ପରି କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ଆଦର୍ଶରେ ଗୁରୁମାନେ ଅନୁପ୍ରାଣିତ ହୋଇ ସମାଜର ମଙ୍ଗଳ କରିବାର ଆବଶ୍ୟକ ରହିଛି ।

ଉମାଶଙ୍କର ପ୍ରସାଦ, ମୋ ୬୩୭୦୬ ୭୫୫୬୨

Govt
Leave A Reply

Your email address will not be published.