ଗୁମ୍ଫା ମଣିଷ

ସୋସିଆଲ ମିଡିଆରେ ଜଣେ ୩୫ ବର୍ଷୀୟ ଯୁବକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ସମସ୍ତେ କେଭ୍‌ ମ୍ୟାନ ବା ଗୁମ୍ଫା ମଣିଷର ନାଁ ଦେଇଛନ୍ତି । ସୂଚନା ଅନୁସାରେ ଚୀନର ୩୫ ବର୍ଷୀୟ ମିନି ହେଙ୍ଗସାଇ ନିଜର ଘର, ସ୍ତ୍ରୀ ଓ ଚାକିରିକୁ ଛାଡି ଗୁମ୍ଫାରେ ରହୁଛନ୍ତି । ଏହାପୂର୍ବରୁ ସେ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ କାରଣ ତାଙ୍କ ଉପରେ ପରିବାରର ଅନେକ ଦାୟିତ୍ୱ ରହିଥିଲା । ତେବେ ସହରରେ ତାଙ୍କ ଜୀବନରେ ଶାନ୍ତି ହଜିଯାଇଥିଲା ଏବଂ ତାଙ୍କ ଉପରେ ଅନେକ ଦାୟିତ୍ୱ ରହିଥିଲା । ଯାହା ତାଙ୍କୁ ଖୁବ ବିଚଳିତ କରୁଥିଲା ତେଣୁ ସେ ଏହି ଗୁମ୍ଫା ଜୀବନ ବାଛିଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ମାତ୍ର ୫୦ ସ୍କୋୟାର ଫୁଟର ଏକ ସ୍ଥାନରେ ୬ହଜାର ଡଲାର ଖର୍ଚ୍ଚ କରି ନିଜର ଗୁମ୍ଫାଘର ନିର୍ମାଣ କରିଛନ୍ତି । ସେଠାରେ ସେ ନିଜର ଏକ ବଗିଚା ମଧ୍ୟ କରିଛନ୍ତି, ଯେଉଁଥିରେ ବିଭିନ୍ନ ପନିପରିବା ଉତ୍ପାଦନ ମଧ୍ୟ କରୁଛନ୍ତି । ଏଥିରୁ ସେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

Govt

Comments are closed.