ଗୁଇନ୍ଦାଗିରି ଅଭିଯୋଗରେ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ରୁଷ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍ ଏକ ବଡ଼ ପଦକ୍ଷେପ ନେଇଛି। ରୁଷ୍ ବ୍ରିଟିଶ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରିଛି। ଗୁଇନ୍ଦାଗିରି ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ରୁଷ୍‌ର ଏଫ୍‌ବିବି ସୁରକ୍ଷା ସେବା ପକ୍ଷରୁ ବ୍ରିଟେନ ରାଷ୍ଟ୍ରଦୂତଙ୍କ ବହିଷ୍କାର ସଂକ୍ରାନ୍ତ ସୂଚନା ଦିଆଯାଇଛି। ରୁଷ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ବ୍ରିଟିସ ରାଷ୍ଟ୍ରଦୂତଙ୍କ ବହିଷ୍କାର ଆଦେଶ ଜାରି ସହିତ ତାଙ୍କୁ ପଚରାଉଚରା ପାଇଁ ମଧ୍ୟ ଡକାଯାଇଛି। ଏଫ୍‌ବିବି ସୁରକ୍ଷା ସେବା କହିଛି ଯେ ବ୍ରିଟେନର ଶୀର୍ଷ କୂଟନୀତିଜ୍ଞ ଗୁଇନ୍ଦାଗିରିରେ ସଂପୃକ୍ତ ଥିବା ପ୍ରମାଣ ରହିଛି । ସେ ତାଙ୍କର ଗତିବିଧି ସଂକ୍ରାନ୍ତରେ ଅନେକ ଭୁଲ୍‌ ତଥ୍ୟ ଦେଇଛନ୍ତି। ଏହା ରୁଷ୍‌ର ଆଇନ ଉଲ୍ଲଂଘନ କରୁଛି। ତେବେ ଏ ବାବଦରେ ବ୍ରିଟେନର ବୈଦେଶିକ ମନ୍ତ୍ରାଳୟ କିମ୍ବା ମସ୍କୋରେ ଥିବା ବ୍ରିଟିସ ଦୂତାବାସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ୨୦୨୨ରେ ୟୁକ୍ରେନ୍ ଆକ୍ରମଣ ପରଠାରୁ ବ୍ରିଟେନ୍ ଓ ରୁଷ୍ ମଧ୍ୟରେ ସମ୍ପର୍କ ଖରାପ ରହିଛି। ଗତ ସପ୍ତାହରେ ବ୍ରିଟେନ ୟୁକ୍ରେନ୍ ଉପରେ ଲାଗିଥିବା କେତେକ ଅସ୍ତ୍ର ବ୍ୟବହାର ସଂକ୍ରାନ୍ତ କଟକଣା ହଟାଇ ଦେଇଥିଲା। ଏହାପରେ ୟୁକ୍ରେନ ରୁଷିଆ ଉପରେ ବ୍ରିଟେନ ନିର୍ମିତ ଷ୍ଟର୍ମ ସେଡୋ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା।

Govt

Comments are closed.