ଗାଁରେ ମିଳୁଛି ମାଗଣାରେ ଦୁଗ୍ଧ

0

ମଧ୍ୟପ୍ରଦେଶରେ ବିଭିନ୍ନସ୍ଥାନର ଭିନ୍ନଭିନ୍ନ ନୀତି ଦେଖିବାକୁ ମିଳିଥାଏ । ଏହି ନିୟମ ବେଳେବେଳେ ଖୁବ ଅଜବ ମଧ୍ୟ ହୋଇଥାଏ । ସେହିଭଳି ଏକ ଅଜବ ନୀତି ବର୍ତ୍ତମାନ ସାମନାକୁ ଆସିଛି । ଏଠାରେ ଥିବା ଏକ ଛୋଟ ଗାଁରେ ରହିଛି ଏଭଳି ନୀତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନାଅନୁସାରେ ଏହି ଗାଁରେ ସମସ୍ତଙ୍କ ଘରେ ଗାଈ ଅଛନ୍ତି ହେଲେ କେହି ଏଠାରେ ଖୀର ବିକ୍ରି କରିପାରିବେ ନାହିଁ । ଯିଏ ବି ଏଠି ଖୀର କିଣିବାକୁ ଆସିଥାଏ ତାକୁ ମାଗଣାରେ ପ୍ରଦାନ କରାଯାଇଥାଏ । ଏହି ପରମ୍ପରା ସମ୍ପୃକ୍ତ ଗ୍ରାମରେ କାହିଁ କେଉଁ କାଳନରୁ ଚାଲି ଆସିଛି । ଏଠାରେ ବିଶ୍ୱାସ ରହିଛି କି ଯଦି ଗାଈର ଖୀର ବିକ୍ରି କରାଯିବ ତେବେ ତାର ଦେହ ଅସୁସ୍ଥ ହେବ । ତେଣୁ ଏହି କାରଣ ପାଇଁ ଏଠାରେ କେହି ବି ଖୀର ବିକ୍ରି କରିବାର ସାହସ କରନ୍ତି ନାହିଁ । ସେହିଭଳି ଏଠାରେ କେହି ମଦ କିମ୍ବା ମାଂସ ଖାଆନ୍ତି ନାହିଁ ବୋଲି ସୂଚନା ରହିଛି । ଏଠାରେ ଥିବା ଜଣେ ସିଦ୍ଧ ସନ୍ଥଙ୍କର ଗାଦି ରହିଛି, ଯିଏ ଗାଁର ସୁରକ୍ଷା କରୁଛନ୍ତି । ତେଣୁ ତାଙ୍କୁ ମାନି ଲୋକମାନେ ଏହି ସବୁ ନିୟମ ପାଳିଥାଆନ୍ତି ।

Leave A Reply

Your email address will not be published.