କ୍ଷମା ମାଗିଲେ ଦଲାଇ ଲାମା

ନୂଆଦିଲ୍ଲୀ: ‘ଜିଭ ଚୁଚୁମିବା’ ପ୍ରସଙ୍ଗ ବିବାଦୀୟ ହେବାରୁ ଦଲାଇ ଲାମା କ୍ଷମାଭିକ୍ଷା କରିଛନ୍ତି। ଜଣେ ବାଳକ ଓଠରେ ଚୁମ୍ବନ ଦେବା ପରେ ଦଲାଇ ଲାମା ତାଙ୍କ ଜିଭକୁ ଚୁଚୁମିବା ପାଇଁ ସେ ବାଳକକୁ ଲାମା କହୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। କିନ୍ତୁ ଏହି ଭିଡିଓ ଚାରିଆଡ଼େ ପ୍ରଘଟ ହେବାରୁ ପ୍ରସଙ୍ଗ ବିବାଦୀୟ ହୋଇପଡ଼ିଥିଲା। କୌତୂକ ପାଇଁ ଭେଟୁଥିବା ଲୋକମାନଙ୍କୁ ସେ ସବୁବେଳେ ଚିଡ଼ାନ୍ତି ବୋଲି କହି ଦଲାଈ ଲାମା ନିଜ ଟିମ୍‌ ସହିତ ଉକ୍ତ ବାଳକ ଓ ତା’ ପରିବାରବର୍ଗଙ୍କୁ କ୍ଷମା ମାଗିଛନ୍ତି। ଏ ସଂକ୍ରାନ୍ତରେ ଆଜି ଦଲାଇ ଲାମାଙ୍କ ଅଫିସିଆଲ୍ ଟୁଇଟର୍‌ ହଣ୍ଡେଲ୍‌ରେ ପୋଷ୍ଟ୍ କରାଯାଇଛି। ଏଥିରେ ଦଲାଇ ଲାମା ‌ଉକ୍ତ ବାଳକ, ତା’ ପରିବାରବର୍ଗ ଓ ବିଶ୍ବରେ ଥିବା ତାଙ୍କର ବନ୍ଧୁମାନଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସର୍ବସାଧାରଣରେ ହେଉ କି, କ୍ୟାମେରା ସମ୍ମୁଖରେ ହେଉ, ଭେଟୁଥିବା ଅନେକ ଲୋକଙ୍କୁ ସବୁବେଳେ କୌ୍ତୁକରେ ସେ ଏମିତି ଚଡ଼ାନ୍ତି। ଏ ଘଟଣା ପାଇଁ ସେ ଦୁଃଖପ୍ରକାଶ କରିଥିବା ଟ୍ବିଟ୍‌ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.