ଚେନ୍ନାଇ: ଚେପକ୍ରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୬ ୱିକେଟ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ମାତ୍ର ୧୪୪ ରନ୍ କରିପାରିଥିଲା। ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ କୋଲକାତା ସଙ୍କଟରେ ପଡ଼ିଥିଲେ ମଧ୍ୟ ରିଙ୍କୁ ସିଂହ ଏବଂ ନୀତୀଶ ରାଣା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ ସହିତ ୯୯ ରନ୍ର ଭାଗୀଦାରି ଗଢ଼ିଥିଲେ। କୋଲକାତା ୭ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଚେନ୍ନାଇକୁ ଭଲ ଆରମ୍ଭ ଦେଇଥିଲେ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡ। ଉଭୟ ସାଢ଼େ ୩ ଓଭରରେ ୩୧ ରନ୍ ଯୋଡ଼ିଥିଲେ। ୫ ଓଭରରେ ଦଳ ୪୮ ରନ୍ କରିନେଇଥିଲା। ହେଲେ ଏହାପରେ ରନ୍ ହାର କମିବା ସହ ୧୧ ଓଭର ବେଳକୁ ୫ ୱିକେଟ୍ ହରାଇ ୭୨ ରନ୍ ହୋଇଥିଲା। ଶିବମ ଦୁବେ ଓ ରବୀନ୍ଦ୍ର ଜାଦେଜା ଷଷ୍ଠ ୱିକେଟ୍ରେ ୬୮ ରନ୍ ଯୋଡ଼ି ସ୍କୋର୍ ୧୫୦ର ନିକଟତର କରିଥିଲେ। ଦୁବେ ୪୮* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

Comments are closed.