କୋଲକାତା‌ରେ ୭ ମାସର ଶିଶୁକୁ ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡ

କୋଲକାତା : କୋଲକାତାର ଜଣେ ୭ ମାସର ଶିଶୁକୁ ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିକୁ କୋଲକାତାର ଏକ ସ୍ବତନ୍ତ୍ର ପୋକ୍ସ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ଗତବର୍ଷ ନ‌ଭେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା। ଦୋଷୀର ନାଁ ରାଜୀବ ଘୋଷ। ଦୁଷ୍କର୍ମ, ଅପହରଣ ଏବଂ ହତ୍ୟା ଉଦ୍ୟମ ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛି। ଜାନୁଆରି ୭ ତାରିଖରେ ଏହି ମାମଲାର ବିଚାରଣ ଆରମ୍ଭ ହେଲା। ୪୦ ଦିନର ବିଚାରଣ ସମୟରେ ୮ ବିଶେଷଜ୍ଞଙ୍କ ସମେତ ୨୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଝାଡ଼ଗ୍ରାମ ଜିଲ୍ଲାରେ ଘୋଷ ଡିସେମ୍ବର ୫ ତାରିଖରେ ଗିରଫ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ପୀଡ଼ିତା ଶିଶୁ ଏବେ ବି ରାଜ୍ୟ ପରିଚାଳିତ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ଅଛି। ଏହି ଅପରାଧ ବିରଳରୁ ଅତି ବିରଳ ଶ୍ରେଣୀରେ ଆସୁଥିବାରୁ ମାମଲା‌ରେ ସରକାରୀ ଓକିଲ ଦୋଷୀ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ।

Govt

Comments are closed.